ବଲାଙ୍ଗୀର, ୩୧ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଆଜି ସର୍ବଭାରତୀୟ ପୌରପରିଷଦର ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ଆମର ବଲାଙ୍ଗୀର ପୌରପରିଷଦ ତରଫରୁ ମଧ୍ଯ ଅଗଷ୍ଟ ୩୧ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ପୌରପରିଷଦ ଠାରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱ ରେ ସମସ୍ତ କାଉନସିଲର ସମସ୍ତ କର୍ମଚାରୀଙ୍କ ସହିତ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ଉପସ୍ଥିତିରେ ପୌରାଧ୍ୟକ୍ଷା ଜାତୀୟ ପତାକା ଉତୋଳନ କରି କର୍ମଚାରୀ ଓ କାଉନସିଲର ମାନଙ୍କ ଉଦ୍ଦେଶ୍ୟରେ ସ୍ୱାୟତ ଶାସନ ଦିବସ ର ଗୁରୁତ୍ୱ ବିଷୟରେ ସମ୍ଭାଷଣ ରଖିଥିଲେ। ଏହାପରେ ପରେ ସହରରେ ଅବସ୍ଥିତ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୁର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିନ ୧୧ ଘଂଟା ସମୟରେ ଆମର ବଲାଙ୍ଗୀରର ବରିଷ୍ଠ ନାଗରିକ ବରିଷ୍ଠ କଳାକାର ତଥା ପୌରାଂଚଳ ଅନ୍ତର୍ଗତ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଟି ତଥା ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଅନେକ ଧର୍ମାନୁଷ୍ଠାନ ର ବ୍ଯ୍ଯକ୍ତିବିଶେଷଙ୍କୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମ ଠାରେ ଏକ ସରକାରୀ ସାଧାରଣସଭା ଅନୁଷ୍ଠିତ ହୋଇଥିବାବେଳେ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ସମ୍ମାନିତ ଅତିଥି ଭାବରେ ନିଯୁକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଆସନ ଅଳଙ୍କୃତ କରିଥିବାବେଳେ ମଂଚରେ ସଭାପତିତ୍ୱ କରିଥିଲେ ପୌରାଧ୍ୟକ୍ଷା ଲିକା ସାହୁ ଅତିଥି ସ୍ୱାଗତ କରିଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ମଞ୍ଚ ପରିଚାଳନା କରିଥିଲେ ବିଜୟ ତ୍ରିପାଠୀ। ଏହି ସଭାରେ ସ୍ୱାଗତ ଭାଷଣ ଦେଇ ପୌର ନିର୍ବାହୀ ଅଧିକାରୀ ମୁଁ ବଲାଙ୍ଗିର ମୁନସିପାଲିଟି କହୁଛି କହି ଜନସାଧାରଣଙ୍କୁ ଏକ ସଚେତନତା ବାର୍ତା ଦେଇଥିବା ବେଳେ ସଭାପତିତ୍ୱ ଭାଷଣରେ ପୌରାଧ୍ୟକ୍ଷା ଲିକା ସାହୁ କହିଲେ ବିଗତ ତିନି ବର୍ଷ ପୁର୍ତି ଅବସରରେ ବଲାଙ୍ଗୀର ପୌରପରିଷଦ ବଲାଙ୍ଗିର ସହରରେ ୯୭ କିଲୋମିଟର ରାସ୍ତା ସହିତ ୪୮ କିଲୋମିଟର ଡ୍ରେନେଜ ବ୍ୟବସ୍ଥା କରିଥିବାବେଳେ ଆଗକୁ ଆହୁରି ପଦକ୍ଷେପ ନେବାର ବାକି ରହିଛି। ସେହିଭଳି ବଲାଙ୍ଗୀରକୁ ଗ୍ରୀନ ବଲାଙ୍ଗୀର ତଥା ସୌନ୍ଦର୍ଯ୍ୟକରଣ କରିବା ପାଇଁ ୧୫ରୁ ଉର୍ଦ୍ଧ୍ୱ ପାର୍କ ସମେତ ପାଂଚଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ ହେଉଛି। ତାସହିତ ମହାରାଣୀ ସାଗରର ଉନ୍ନତିକରଣ ଅଧିକରୁ ଅଧିକ ହୋଇସାରିଛି। ତଥାପି ଅନେକ ବନ୍ଧ କାର୍ଯ୍ୟ ବାକି ରହିଛି ଯାହାକି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏଥିପ୍ରତି ସରକାରଙ୍କ ଦୃଷ୍ଟିଆକର୍ଷଣ କରିସାରିଛନ୍ତି। ବଲାଙ୍ଗୀରରେ ଐତିହାସିକ ବଲାଙ୍ଗୀର ପୌରପରିଷଦ ଜଳନିଧୀ ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଥମ ପୁରସ୍କାର ହାସଲ କରିବାର ସ୍ୱଭାଗ୍ୟ ଏହି ପୌରପରିଷଦ ସାଉଁଟି ସାରିଥିବାବେଳେ ବିଭିନ୍ନ ବର୍ଗରେ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ ହୋଇ ସାରିଛି। ବିଗତ ଦିନରେ ବଲାଙ୍ଗୀର ବିଧାୟକଙ୍କ ପ୍ରଚେଷ୍ଠାରେ ସମସ୍ତ ୧୨୭ ଗୋଟି ଧର୍ମାନୁଷ୍ଠାନକୁ ସରକାରଙ୍କ ତରଫରୁ ଉନ୍ନତିକରଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି। ତେଣୁ ଆଗାମୀ ବର୍ଷ ପାଇଁ ସମସ୍ତେ ଦଳମତ ନିର୍ବିଶେଷରେ ଏକ ହୋଇ ବଲାଙ୍ଗୀରର ବିକାଶ କରିବାକୁ ଆହ୍ୱାନ କରି ଆଗାମୀ ଦିନରେ ପୌରପରିଷଦ ତରଫରୁ ଏକ ଡିଜିଟାଲ ଆପ୍ ଆରମ୍ଭ କରିଯିବ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣି ୨୪ ଘଂଟାରେ ସମାଧାନ କରିବା ପାଇଁ ବୋଲି ଘୋଷଣା କରିଥିଲେ ପୌରାଧ୍ୟକ୍ଷା ଲିକା ସାହୁ। ଏହି ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ପୌରପରିଷଦର ଜନପ୍ରତିନିଧୀ ମାନଙ୍କ କର୍ତବ୍ୟ ପରାୟଣ ଲୋକଙ୍କ ସେବ ମନୋଭାବ ସାମ୍ବିଧାନିକ ଅଧିକାର ତେଣୁ ସମସ୍ତ ଜନପ୍ରତିନିଧୀ ଲୋକଙ୍କ ସହିତ ଭଲ ସଂପର୍କ ସ୍ଥାପନ କରି ଜନସାଧାରଣଙ୍କ ମୌଳିକ ଅଧିକାର କୁ ପୁରଣ କରିବା ସହିତ ଜନହିତକର କାର୍ଯ୍ୟ ସମ୍ପାଦନ କରି ବିନାକାରଣରେ ଗରିବ ଲୋକଙକୁ ବାସଚ୍ୟୁତ ନକରି ପ୍ରଶାସନ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏହା ସହିତ ସେ ଗୋଟିଏ ବଡ ଘୋଷଣା କରିଥିଲେ ଯେ ବଲାଙ୍ଗୀର ସହର ମଧ୍ୟ ଭାଗରେ ଥିବା ମନ୍ଦିର ମାନଙ୍କୁ ନେଇ ଯଥି ସମଲେଶ୍ୱରୀ ପାଟଣେଶ୍ୱରୀ ଶିବ ମନ୍ଦିର ଲକ୍ଷ୍ମୀ ନାରାୟଣ ମନ୍ଦିର ନରସିଂହ ମନ୍ଦିର କୁ ନେଇ ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଥିଲେ। ବଲାଙ୍ଗୀର ସହରରର ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ପୌରପରିଷଦ ପୁର୍ତ ବିଭାଗ ସହିତ ଜାତୀୟ ରାଜପଥ ବିଭାଗର ସମନ୍ୱୟରେ ଉନ୍ନତିକରଣ କରାରିବ ବୋଲି ଘୋଷଣା କରିଥିଲେ। ଏହି ସଭାରେ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଯିଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ