ନବନିର୍ମାଣ ଯୁବଛାତ୍ର ସଂଗଠନ ସଦସ୍ୟ ଓ ଗୁଜିଦରଡାବାସୀ ନିର୍ମାଣ କଲେ ଗ୍ରାମ୍ୟ ରାସ୍ତା
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନର ସଦସ୍ୟ ଓ ଗୁଜିଦରଡାବାସୀ ୪ ନଂ ୱାର୍ଡ କରବଲା ମରାଦାଣ୍ଡି ଠାରୁ ୱାର୍ଡ ନଂ ୧୬ ଅମିନାବାଦ ପର୍ଯ୍ୟନ୍ତ ରାସ୍ତାକୁ ମୋରମ, ବାଲି ଓ ଡଷ୍ଟ ସାହାଯ୍ୟରେ ନିର୍ମାଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ୪ ନଂ ୱାର୍ଡ କରବଲା ମରାଦାଣ୍ଡି ଠାରୁ ୱାର୍ଡ
NABA NIRMAN JUBA CHATRA SANGATHAN RASTA NIRMAN


ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନର ସଦସ୍ୟ ଓ ଗୁଜିଦରଡାବାସୀ ୪ ନଂ ୱାର୍ଡ କରବଲା ମରାଦାଣ୍ଡି ଠାରୁ ୱାର୍ଡ ନଂ ୧୬ ଅମିନାବାଦ ପର୍ଯ୍ୟନ୍ତ ରାସ୍ତାକୁ ମୋରମ, ବାଲି ଓ ଡଷ୍ଟ ସାହାଯ୍ୟରେ ନିର୍ମାଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ୪ ନଂ ୱାର୍ଡ କରବଲା ମରାଦାଣ୍ଡି ଠାରୁ ୱାର୍ଡ ନଂ ୧୬ ଅମିନାବାଦ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାଟି ଶୋଚନୀୟ ଅବସ୍ଥାରେ ରହିଥିବାବେଳେ ୧୨ନଂ ୱାର୍ଡ ମେହେରବାନ ନଗର ରାସ୍ତାଟି ମଧ୍ୟ ସେହିପରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଅଛି। ସେହି ଗ୍ରାମର ୨ ଶହରୁ ଉର୍ଦ୍ଧ୍ୱ ଘର ଥିବାବେଳେ ପ୍ରତ୍ୟେକଦିନ ଉକ୍ତ ରାସ୍ତା ଦେଇ ସେମାନଙ୍କର ପିଲାଛୁଆ ସ୍କୁଲ ଯିବାଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବୃଦ୍ଧ ଲୋକ ଠାରୁ ଗର୍ଭବତୀ ମହିଳା ପର୍ଯ୍ୟନ୍ତ କେହି ଏହି ରାସ୍ତାରେ ସୁରୁଖୁରୁରେ ଯାତାୟତ କରିପାରନ୍ତିନାହିଁ। ଏବଂ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ପୂର୍ବରୁ ଏହି ରାସ୍ତାରେ ମୃତ୍ୟୁବରଣ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଅଛି। ସେହି ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ଆମ୍ବୁଲାନ୍ସ ଓ ଦମକଳ ଗାଡି ଆସିପାରୁନାହିଁ। ଯାହାଫଳରେ ୪/୫ ମାସ ମଧ୍ୟରେ ଦୁଇ ଦୁଇଥର ଘରପୋଡି ହୋଇ ଛାରଖାର ହୋଇଯିବା ସହ ବହୁ ଜନଧୀବନ ହାନି ହୋଇଅଛି। ଅନେକ ଥର ଉକ୍ତ ରାସ୍ତା ନିର୍ମାଣ ପାଇଁ ସରପଂଚଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ରାସ୍ତାର କିଛି ମରାମତି ହୋଇନଥିଲା। ଯଦି ଉକ୍ତ ଗ୍ରାମ ରାସ୍ତା ଗୋଟିଏ ମାସ ମଧ୍ୟରେ ଆରମ୍ଭ ନହୁଏ, ତାହେଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓ ଗୁଜିଦରଡା ବାସୀଙ୍କ ପକ୍ଷରୁ ଆପଣଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଗତ ଜୁଲାଇ ୧୧ ତାରିଖରେ ନବନିର୍ମାଣ ଯୁବଛାତ୍ର ସଂଗଠନର ସଭାପତି ଜହିର ଖାନ୍ ନେତୃତ୍ୱରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଏକମାସରୁ ଉର୍ଦ୍ଧ୍ୱ ଅତ୍ରିକାନ୍ତ ହୋଇଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ବାଧ୍ୟହୋଇ ନବନିର୍ମାଣ ଯୁବଛାତ୍ର ସଂଗଠନର ସଦସ୍ୟ ଓ ଗୁଜିଦରଡାବାସୀ ମୋରମ, ବାଲି ଓ ଡଷ୍ଟ ସାହାଯ୍ୟରେ ଉକ୍ତ ରାସ୍ତାକୁ ନିର୍ମାଣ କରିଥିବାର ଜଣାପଡିଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande