ପଠାଣି ସାମନ୍ତ ଶିକ୍ଷାବୃତି ଫଳ ପ୍ରକାଶିତ, ଚାନ୍ଦବାଲି ବ୍ଲକରେ ୨୭ଜଣ ମନୋନୀତ
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ଶିକ୍ଷାବୃତି ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଚାନ୍ଦବାଲି ବ୍ଲକରେ ୯ମ ଶ୍ରେଣୀରେ ଶିକ୍ଷାଲାଭ କରୁଥିବା ୧୭ଜଣ ଛାତ୍ରଛାତ୍ରୀ ଷ୍ଟେଜ-୧ରେ ମନୋନୀତ ହୋଇଥିବା ବେଳେ ଷ୍ଟେଜ-୨ ରେ ୧୧ଜଣ ମନୋନୀତ ହୋଇ
PATHANI SAMANTA SIKHYABRUTI


ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ଶିକ୍ଷାବୃତି ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଚାନ୍ଦବାଲି ବ୍ଲକରେ ୯ମ ଶ୍ରେଣୀରେ ଶିକ୍ଷାଲାଭ କରୁଥିବା ୧୭ଜଣ ଛାତ୍ରଛାତ୍ରୀ ଷ୍ଟେଜ-୧ରେ ମନୋନୀତ ହୋଇଥିବା ବେଳେ ଷ୍ଟେଜ-୨ ରେ ୧୧ଜଣ ମନୋନୀତ ହୋଇଛନ୍ତି। ଷ୍ଟେଜ-୧ରେ ଚାନ୍ଦବାଲି ବ୍ଲକରେ ୧୦ଜଣ ଏହି ଶିକ୍ଷାବୃତି ପାଇଁ ମନୋନୀତ ହୋଇଥିବା ବେଳେ ଚାନ୍ଦବାଲି ବିଜ୍ଞାପିତ ଅଂଚଳରୁ ୭ଜଣଙ୍କୁ ମଧ୍ୟ ମନୋନୀତ କରାଯାଇଛି। ସେହିପରି ଷ୍ଟେଜ-୨ରେ ଚାନ୍ଦବାଲି ବ୍ଲକରେ ୬ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିବା ବେଳେ ଚାନ୍ଦବାଲି ବିଜ୍ଞାପିତ ଅଂଚଳରୁ ୫ଜଣଙ୍କୁ ଏହି ଶିକ୍ଷାବୃତି ପାଇଁ ମନୋନୀତ କରାଯାଇଛି।ଷ୍ଟେଜ-୧ରେଚାନ୍ଦବାଲି ବ୍ଲକର ଅଭିଳାଶ ଧଳ ପ୍ରଥମ ସ୍ଥାନ,ଶ୍ରେୟସ ଜେନା ୨ୟ,ବିସ୍ମୟ ପାଣିଗ୍ରାହୀ ୩ୟ,ବାଂଶଡା ପ୍ରୋଜେକ୍ଟ ବିଦ୍ୟାଳୟର ଛାତ୍ର ଶୁଭ ପ୍ରକାଶ ସ୍ୱାଇଁ ବ୍ଲକର ୪ର୍ଥ ସ୍ଥାନ ଗ୍ରହଣ କରିଛନ୍ତି। ସେହିପରି ଚାନ୍ଦବାଲି ବିଜ୍ଞାପିତ ଅଂଚଳର କୁଞପଦ ଦାସ ପ୍ରଥମ, ଶାସ୍ୱତ ନାୟକ୨ୟଶୁଭମ ସ୍ୱାଇଁ ୩ୟ ସ୍ଥାନ ଗ୍ରହଣ କରିଛନ୍ତି।ଷ୍ଟେଜ-୨ରେ ଅନୁଭବ ଦାସ ଚାନ୍ଦବାଲି ବ୍ଲକରେ ପ୍ରଥମ ହୋଇଥିବା ବେଳେ ଚାନ୍ଦବାଲି ବିଜ୍ଞାପିତ ଅଂଚଳର କୌସ୍ତଭ ନାୟକ ଚାନ୍ଦବାଲି ବିଜ୍ଞାପିତ ଅଂଚଳର ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଜଣାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande