କେନ୍ଦୁଝର, ୩୧ ଅଗଷ୍ଟ (ହି.ସ.) - ବିଜେପି ନରଣପୁର ୦୬ ନମ୍ବର ଜୋନର ନୂଆ ସଭାପତି ରତିକାନ୍ତ ସାହୁଙ୍କୁ ଆଜି ରଘୁନାଥପୁର ଚକ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶୁକଦେବ ମହନ୍ତ, ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ପୂର୍ବତନ ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା, ସଦର ବ୍ଲକ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଧନୁର୍ଜୟ ମହନ୍ତ,ପୂର୍ବତନ ମଣ୍ଡଳ ସଭାପତି ଚିନ୍ତାମଣି ମହାନ୍ତ, ବେଣୁଧର ମହନ୍ତ, ଚନ୍ଦ୍ରଶେଖର ମହାନ୍ତ, ରୁପେଶ ମହନ୍ତ, ତଥା ସାଧାରଣ ସମ୍ପାଦକ ଦେବବ୍ରତ ଗିରି, ରଞ୍ଜନ ପଣ୍ଡା, ରଘୁନାଥପୁର ଗ୍ରାମ ପଂଚାୟତ ସରପଂଚ ଗୌରୀ ନାୟକ, ମଣ୍ଡଳ ର ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ମୋର୍ଚ୍ଚା ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ /ସହ ପ୍ରମୁଖ, ଓ ମଣ୍ଡଳର ଆଗଧାଡିର ପ୍ରମୁଖ କାର୍ଯ୍ୟକର୍ତା ଭାଇ /ଭଉଣୀ ମାନେ ଯୋଗ ଦେବା ସହ ଶୁଭେଚ୍ଛା ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA