ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ବିପିନ ଆଚାର୍ଯ୍ୟଙ୍କ ସ୍ମୃତିରେ ବୃକ୍ଷରୋପଣ : ଡେରା ପରିସରରେ ସମ୍ବଲପୁରୀ ସାଧକଙ୍କ ସ୍ମୃତି ରକ୍ଷା କରାଯିବ
ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ବିପିନ ଆଚାର୍ଯ୍ୟଙ୍କ ସ୍ମୃତିରେ ବୃକ୍ଷରୋପଣ
ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ବିପିନ ଆଚାର୍ଯ୍ୟଙ୍କ ସ୍ମୃତିରେ ବୃକ୍ଷରୋପଣ


ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ବିପିନ ଆଚାର୍ଯ୍ୟଙ୍କ ସ୍ମୃତିରେ ବୃକ୍ଷରୋପଣ


ସମ୍ବଲପୁର, ୩୧ ଅଗଷ୍ଟ (ହି.ସ.)- ବିଶିଷ୍ଟ ସମ୍ବଲପୁରୀ କବି ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ବିପିନ ଆଚାର୍ଯ୍ୟଙ୍କ ସ୍ମୃତିରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରବିବାର ବିପୁଳ ସଂଖ୍ୟାରେ ବୃକ୍ଷରୋପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ମଞ୍ଚର ବରିଷ୍ଠ ସଦସ୍ୟ ସନ୍ତୋଷ ବଢାଇଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉଭୟ ସାରସ୍ବତ ସାଧକଙ୍କ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଅତୁଳନୀୟ ଅବଦାନ ସମ୍ପର୍କ ଆଳୋଚନା କରାଯାଇଥିଲା । ମଞ୍ଚର ମହିଳା ସଂଯୋଜିକା ପଙ୍କଜିନୀ ମେହେର ସମ୍ବଲପୁରୀ ଭାଷା ସାହିତ୍ୟ ପ୍ରତି ଉଭୟଙ୍କ ଅବଦାନ ବିଷୟରେ ଆଳୋକପାତ କରିଥିଲେ । ଏହି ଅବସରରେ ୨୦୧୨ ମସିହାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ ଭାବେ ଆୟୋଜନ ନେଇ ନିଆଯାଇଥିବା ନିଷ୍ପତ୍ତି ବୈଠକରେ ଉଭୟ ସାମିଲ ରହିଥିଲେ । ଉଭୟ ସାରାଜୀବନ ଗୁରୁ ବହିଦାରଙ୍କ କୃତିତ୍ୱର ବଡ ପ୍ରସଂଶକ ରହିଥିବା ନେଇ ମଞ୍ଚ ର ଆବାହକ ଭବାନୀଶ ଭୋଇ ଆଲୋଚନା କରିଥିଲେ । ଗୁର ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଉଭୟଙ୍କ ନାମରେ ଦୁଇଟି ବୃକ୍ଷ ସମର୍ପଣ କରାଯିବା ସହ ଲିମ୍ବ ଏବଂ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଥିଲା । ଯୋଗ ଗୁରୁ ଟିକେଲାଲ ଭୋଇ ମଣିଷ ଜୀବନ ସହ ବୃକ୍ଷର ସମ୍ପର୍କ ଏବଂ ଉପାଦେୟତା ବିଷୟରେ କହିଥିଲେ । ସମ୍ବଲପୁରୀ ଡେରାରେ ଉଭୟଙ୍କ ସ୍ମୃତିରେ ଆଗକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଏହି ଅବସରରେ ସ୍ଥିର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଆଗାମୀ ଦିନରେ ଡେରା ପରିସରରେ ସମ୍ବଲପୁରୀ ସାଧକଙ୍କ ସ୍ମୃତିକୁ ସାଇତି ରଖିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସୁରେନ୍ଦ୍ର ବଗର୍ତ୍ତୀ, ରାଜେଶ ସ୍ବାଇଁ, ରାହୁଲ ଗୁପ୍ତା, ପ୍ରେମ ସାହାଣୀ, ସୁଭମ ସାହୁ, ସୁଧୀର ମିଶ୍ର, ରାଖୀ ମିଶ୍ର, ଅନ୍ତଯ୍ୟାମୀ ଭୋଇ, ବିରଞ୍ଚି ନାୟକ ପ୍ରମୁଖ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande