କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା କଳା, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସିମ୍ଫୋନି ଆନୁକୁଲ୍ୟରେ ସ୍ଥାନୀୟ ମାଧପୁର ଠାରେ ଏକ ନିଆରା ଗୀତ ଓ ଗାୟନର କାର୍ଯ୍ୟକ୍ରମ 'ଫଟାସ୍- ଯେଝା ଗୀତକୁ ଯେଝା ସ୍ୱର' ଅନୁଷ୍ଠିତ ହୋଇଯାଇଛି। ସ୍ୱରଚିତ ଗୀତି କବିତାକୁ ଏକ ତାଳ, ଲୟ ଦେଇ ଗୀତ ଆକାରରେ ଯୋଗ ଦେଇଥିବା କବି ଓ ସୃଜନ ଶିଳ୍ପୀମାନେ ପରିବେଷଣ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚ।ଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସତୀର୍ଥ ସଭାପତି ମନ୍ମଥନାଥ ବରାଳ, ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ନିରଞ୍ଜନ ମେକାପ, ଜିଲ୍ଳା ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ବିଶିଷ୍ଟ କବି ପ୍ରମୋଦ ସିଂ ପ୍ରମୁଖ ଯୋଗ ଦେଇ ସିମ୍ଫୋନି ର ଏହି ନିଆର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହା କବିମାନଙ୍କୁ ଏକ ନିଆରା ଢଙ୍ଗରେ ନିଜ ଭାବନାର ପ୍ରକାଶରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ସଂଯୋଜକ ସ୍ୱପ୍ନାଶୁ କୁମାର ଦାସ କାର୍ଯକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଂପାଦକ ଡ଼ ବିନାୟକ ପ୍ରଧାନ ସିମ୍ଫୋନିର ବିଗତ ଦିନ ମାନଙ୍କରେ ଓ ଆଗାମୀ କାର୍ଯକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ରଜନୀକାନ୍ତ ଦାସ, ପୂଜାଶ୍ରୀ ସେଠି, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ରମେଶ ମହାରଣା ପ୍ରମୁଖ ଭାଗ ନେଇ ଥିଲେ। କୋଷ।ଧ୍ୟକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି