ବାଙ୍ଗିରିପୋଷି ଗଣଦୁଷ୍କର୍ମ ଅଭିଯୋଗ ନେଇ ପିସିସି ତଥ୍ୟ ଅନୁଧ୍ୟାନ କମିଟି ଗଠିତ
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ.) - ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ସୁଶ୍ରୀ ସୁଶିଳା ତିରିଆ ଅଧ୍ୟକ୍ଷ
ବାଙ୍ଗିରିପୋଷି ଗଣଦୁଷ୍କର୍ମ ଅଭିଯୋଗ ନେଇ ପିସିସି ତଥ୍ୟ ଅନୁଧ୍ୟାନ କମିଟି ଗଠିତ


ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ.) - ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ସୁଶ୍ରୀ ସୁଶିଳା ତିରିଆ ଅଧ୍ୟକ୍ଷ ରହିଥିବା ବେଳେ ସୁସ୍ମିତା ଘୋଷାଲ, ସୁନିତା ନାୟକ, ବୃନ୍ଦାବତୀ ମହାପାତ୍ର ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ତୁରନ୍ତ ଘଟଣାର ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande