ମଦ ପିଇ ବ୍ଲକ୍ କାର୍ଯ୍ୟାଳୟ ଆସୁଛନ୍ତି ଏପିଓ
ମାଲକାନଗିରି, ୧ ସେପ୍ଟେମ୍ବର (ହି.ସ.) ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମାନେ କିଭଳି କାର୍ଯ୍ୟ କରିବେ ସେ ନେଇ ଅନେକ ନୀତିନିୟମ ଲାଗୁ କରିଛନ୍ତି । ହେଲେ କିଛି ସରକାରୀ କର୍ମଚାରୀ ଏହାକୁ ମାନୁନାହାନ୍ତି । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲ
ମଦ ପିଇ ବ୍ଲକ୍ କାର୍ଯ୍ୟାଳୟ ଆସୁଛନ୍ତି ଏପିଓ


ମାଲକାନଗିରି, ୧ ସେପ୍ଟେମ୍ବର (ହି.ସ.) ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମାନେ କିଭଳି କାର୍ଯ୍ୟ କରିବେ ସେ ନେଇ ଅନେକ ନୀତିନିୟମ ଲାଗୁ କରିଛନ୍ତି । ହେଲେ କିଛି ସରକାରୀ କର୍ମଚାରୀ ଏହାକୁ ମାନୁନାହାନ୍ତି । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାର୍ଯ୍ୟାଳୟରେ । ବ୍ଲକରେ ମନରେଗା କାର୍ଯ୍ୟ ପାଇଁ ନିଯୁକ୍ତି ହୋଇଥିବା ଏପିଓ ବିଭିନ୍ନ ସମୟରେ ମଦ୍ୟ ପାନ କରି ବ୍ଲକ କାର୍ଯ୍ୟାଳୟ ରେ ବସୁଛନ୍ତି । ପ୍ରାୟ ସବୁ ଦିନ ସେ ମଦ ପିଇ କାର୍ଯ୍ୟାଳୟ ଆସୁଥିବା ନଜିର ରହିଥିବା ବେଳେ ସୋମବାର ଦିନ କିଛି ଗଣମାଧ୍ୟମ ପ୍ରତିନିଧି ମାନେ ମନରେଗା ଯୋଜନାରେ ହେଇଥିବା କୌଣସି କାମର ତଥ୍ୟ ଜାଣିବା ନିମନ୍ତେ ତାଙ୍କ ଅଫିସ ପହଞ୍ଚିଥିଲେ । ଅଫିସ୍ ଭିତରକୁ ଯିବା ପରେ ସେ ଭୀଷଣ ମଦ ପିଇଥିବା ବେଳେ କଥା କହିବା ହୋସ ରେ ନ ଥିବା ଜାଣିବାକୁ ପାଇଥିଲେ । ତେବେ ତାଙ୍କୁ ଏବାବଦରେ ପଚାରିବାରୁ ସେ ଅଫିସ୍ ଛାଡି ବାହାରକୁ ବାହାରି କେଉଁଆଡେ ପଳେଇ ଯାଇଥିଲେ । ସେ ନିତିଦିନ ମଦ୍ୟ ପାନ କରି କେମିତି ଅଫିସ୍ ଯାଉଛନ୍ତି ଏବଂ ଅଫିସ୍ ରେ ଥିବା ଉଚ୍ଚସ୍ତରୀୟ ଅଧିକାରୀ ମାନେ ଏହାକୁ କେମିତି ଜାଣିପାରୁନାହାନ୍ତି ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ଅଫିସ ଲୋକଙ୍କ କାମ ପାଇଁ ହେଇଥିବା ବେଳେ ଅଧିକାରୀ ସେଠାରେ ମଦ୍ୟ ପାନ କରି ବସିଥିବା ଲଜ୍ଜା ଜନ କ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ପ୍ରକାଶ ଥାଉକି ସେ ପୂର୍ବରୁ କୋରୁକୋଣ୍ଡା ବ୍ଲକରେ ଏପରି କରି ସସ ପେଣ୍ଡ ହୋଇଥିଲେ!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande