ଆଜିଠାରୁ ସେପ୍ଟେମ୍ବର ମାସର ଜନ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ
ଆଜିଠାରୁ ସେପ୍ଟେମ୍ବର ମାସର ଜନ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ
ଆଜିଠାରୁ ସେପ୍ଟେମ୍ବର ମାସର ଜନ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ


ସମ୍ବଲପୁର, ୦୧ ସେପ୍ଟେମ୍ବର (ହି.ସ.) ଆଜି ପୂର୍ବାହ୍ନ ୧୦ ଟା ବେଳେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ହେବ । ସେହିପରି ସମ୍ବଲପୁର ଜିଲ୍ଲାରେ ସେପ୍ଟେମ୍ବର ମାସର ଯୁଗ୍ମ ଜନଶୁଣାଣୀ କ୍ରମରେ ଜମନକିରା, ଯୁଯୁମୁରା ଓ ନାକଟିଦେଉଳ ବ୍ଳକରେ ହେବାକୁ ଥିବା ଯୁଗ୍ମ ଜନଶୁଣାଣୀ ସମ୍ପର୍କରେ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନାମତେ ଆଗାମୀ ୮ ତାରିଖ ପୂର୍ବାହ୍ନ ୧୦ ଟା ବେଳେ ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରେ, ଆଗାମୀ ୧୫ ତାରିଖ ପୂର୍ବାହ୍ନ ୧୦ ଟା ବେଳେ ଯୁଯୁମୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଏବଂ ଆଗାମୀ ୨୨ ତାରିଖ ପୂର୍ବାହ୍ନ ୧୦ ଟା ବେଳେ ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କିତ ଆପତ୍ତି ଅଭିଯୋଗ ସହ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରି ଏହାର ସମାଧାନ ଦିଗରେ ପ୍ରଶାସନର ସହଯୋଗ ନେବାପାଇଁ ଲୋକଙ୍କୁ ସଚେତନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande