ଭାରତୀୟ ଜୀବନ ବୀମା ନିଗମର ୬୯ତମ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭାରତୀୟ ଜୀବନ ବୀମା ନିଗମ ର ୬୯ତମ ପ୍ରତିଷ୍ଠା ଦିବସ ଚାନ୍ଦବାଲି ଠାରେ ଥିବା ଭାରତୀୟ ଜୀବନ ବୀମା ନିଗମ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଶାଖା ପରିଚାଳକ ରାମଚନ୍ଦ୍ର ନାୟକ, ସହ -ପ୍ରଶାସନିକ ଅଧିକାରୀଜ୍ଞାନ ବେହେରା, ମୁଖ୍ୟ ଜୀବନ ବୀମା ବରିଷ୍ଠ ପରାମ
BHARATIYA JIBAN BIMA NIGAM PRATISTA DIVAS


ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭାରତୀୟ ଜୀବନ ବୀମା ନିଗମ ର ୬୯ତମ ପ୍ରତିଷ୍ଠା ଦିବସ ଚାନ୍ଦବାଲି ଠାରେ ଥିବା ଭାରତୀୟ ଜୀବନ ବୀମା ନିଗମ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଶାଖା ପରିଚାଳକ ରାମଚନ୍ଦ୍ର ନାୟକ, ସହ -ପ୍ରଶାସନିକ ଅଧିକାରୀଜ୍ଞାନ ବେହେରା, ମୁଖ୍ୟ ଜୀବନ ବୀମା ବରିଷ୍ଠ ପରାମର୍ଶ ଦାତା ପ୍ରଭାକର ବିଶ୍ୱାଳ ପ୍ରମୁଖ ଯୋଗ ଦେବା ସହ ନିଜ ବକ୍ତବ୍ୟ ରେ ଭାରତୀୟ ଜୀବନ ବୀମା ନିଗମ ଦୀର୍ଘ ୬୯ ବର୍ଷ ମଧ୍ୟ ରେ ବ୍ୟବସାୟିକ ସଫଳତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ।ଚଳିତ ବର୍ଷର ଜୀବନ ବୀମା ନିଗମ ନିଜ ଲାଭାଂଶ ରୁ ୭୩୨୪ କୋଟି ଟଙ୍କା କେନ୍ଦ୍ର ଅର୍ଥ ମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ସବୁ ବର୍ଗର ଲୋକ ମାନଙ୍କ ସୁହାଇଲା ଭଳି ବହୁ ଆକର୍ଷଣୀୟ ପ୍ଲାନ ସବୁ ପ୍ରସ୍ତୁତ କରାଯାଇଛି ବୋଲି ଶାଖା ପରିଚାଳକ ନିଜ ର ବକ୍ତବ୍ୟ ରଖିବା ସହ ସାଧାରଣ ଜନତା ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଚାନ୍ଦବାଲି ଶାଖା ର ଇତିହାସ, ଐତିହ୍ୟ, ଓ ଅଭିକର୍ତା ମାନଂକର ବହୁବିଧ ଯୋଜନା, ସୁବିଧା ସମ୍ପକରେ ବରିଷ୍ଠ ବୀମା ଉପଦେଷ୍ଟା ପ୍ରଭାକର ବିଶ୍ୱାଳ ଆଲୋକପାତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଚାରୀ ଦୀପନ ବିଶ୍ୱାଳ, ଅଭିକର୍ତା ସୁଧାକର ବିଶ୍ୱାଳ, ଶଶିକାନ୍ତ ବେହେରା, ହେମନ୍ତ ମାଝୀ, ନିରଞ୍ଜନ ନାୟକ, କୀର୍ତନ ସାହୁ, ରଶ୍ମିତା ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande