ଚାଷୀଙ୍କ ପାଇଁ ସାର ଅଭାବ ରହିବ ନାହିଁ - ବିଜେପି
ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ସାରର ଅଭାବୀ ବିକ୍ରି ପ୍ରସଙ୍ଗରେ ବିଜେଡିର ଅଭିଯୋଗକୁ କାଉଂଟର କରିଛି ବିଜେପି। ବିଜେପି ସମବାୟ ସେଲର ରାଜ୍ୟ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି ୨୪ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ସମୟରେ ଯେଉଁ ସାର ଡିଲର କଳାବଜାରୀ କରୁଥିଲେ ତାଙ୍କ ଉପରେ ଏବେ କାର୍ଯ
ଚାଷୀଙ୍କ ପାଇଁ ସାର ଅଭାବ ରହିବ ନାହିଁ - ବିଜେପି


ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ସାରର ଅଭାବୀ ବିକ୍ରି ପ୍ରସଙ୍ଗରେ ବିଜେଡିର ଅଭିଯୋଗକୁ କାଉଂଟର କରିଛି ବିଜେପି। ବିଜେପି ସମବାୟ ସେଲର ରାଜ୍ୟ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି ୨୪ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ସମୟରେ ଯେଉଁ ସାର ଡିଲର କଳାବଜାରୀ କରୁଥିଲେ ତାଙ୍କ ଉପରେ ଏବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଗତକାଲି ୬୨ ଜଣ ଡିଲରଙ୍କୁ ନିଲମ୍ବନ କରଯାଇଛି । ସରକାର ଯତ୍ନବାନ ଅଛନ୍ତି, ଚାଷୀଙ୍କ ପାଇଁ ସାର ଅଭାବ ରହିବ ନାହିଁ । ଆଗାମୀ ଦିନରେ ସାର ଯୋଗାଣ ଠିକ ରହିବ । ସାରର ଅଭାବ ନାହିଁ, କୃତିମ ଉପାୟରେ ଏହିଭଳି ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଦୁଇ ତିନି ଦିନ ଭିତରେ ପରିସ୍ଥିତି ଠିକ ହୋଇଯିବ ।

ଅଭିଯୋଗ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସାରର କମ୍ପାନୀ ଡିଲରଙ୍କୁ ୬୦ ପ୍ରତିଶତ ଓ ନାଫେଡ୍ କୁ ୪୦ ପ୍ରତିଶତ ଦେଇଛନ୍ତି । ତାଙ୍କର ଦୋଷ ବି ରହିଛି । ଜଣା ପଡିବା ପରେ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ ତୁରନ୍ତ ପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରଯାଇଛି । ଦିନେ ଦୁଇ ଦିନ ଭିତରେ ସାର ଯୋଗାଣ ସ୍ଥିତି ସ୍ୱାଭାବିକ ହେବ।

ବିଜେଡି ପାଖରେ ଇସ୍ୟୁ ନାହିଁ । ୨୫ ବର୍ଷ ହେବ କ୍ଷମତାର କ୍ୟାପସୁଲ ଖାଇ ଏବେ ବାଉଳି ହେଉଛନ୍ତି । ସାଧାରଣ ଜନତା ସରକାର ଉପରେ ଆସ୍ତା ପ୍ରକଟ କରିଛନ୍ତି ବୋଲି ବିଜେପି କହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande