ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ସରକାର ଗ୍ରାମାଂଚଳରେ କ୍ରୀଡାର ବିକାଶ ପାଇଁ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ସୁଯୋଗ ଦେଉଥିବା ବେଳେ ଧାମନଗର ରେ ତାହା ବ୍ୟତିକ୍ରମ ଦେଖିବାକୁ ମିଳିଛି।ସୂଚନା ଥାଉକି ଛାତ୍ର ଛାତ୍ରୀ ମଧ୍ୟ ରେ କ୍ରୀଡା ପ୍ରତିଯୋଗିତା କରାଇ ସେମାନଙ୍କୁ ଜିଲ୍ଲା ରାଜ୍ୟ ରେ ଖେଳିବା ର ସୁଯୋଗ ଦେବାପାଇଁ ଉଦ୍ୟମ କରୁଛନ୍ତି । ମାତ୍ର ଧାମନଗର ରେ ତାହା ସଫଳ ହେଉନାହିଁ।ପ୍ରକାଶ ଥାଉ କି ଧାମନଗର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ପକ୍ଷରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତି ଯୋଗିତା ତରବରିଆ ଭାବରେ ବ୍ଲକ ଠାରୁ ୨୦ କିଲୋମିଟର ଦୂର ବମକୁରା ନୋଡାଲ ହାଇସ୍କୁଲ ପରିସର ରେ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା। ଏହାକୁ କୁ ବ୍ଲକ କ୍ରୀଡା ସଂଯୋଜକ ମାନସ ନାୟକ ପରିଚାଳନା କରୁଛନ୍ତି। ତେବେ ଗୋଟିଏ ଦିନ ମଧ୍ୟରେ ଏହି ଖେଳ ଆୟୋଜନ କରା ଯାଇଥିବାରୁ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଛାତ୍ର ଛାତ୍ରୀ ଏହି ସୁଯୋଗ ରୁ ବଂଚିତ ହୋଇଛନ୍ତି।ବିଶେଷ କରି ଯେଉଁ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ସେମାନଙ୍କ ପାଇଁ ପାଣି କିମ୍ବା ଟିଫିନି ଦେଇନଥିଲେ। ଫଳରେ ଖେଳାଳି ମାନେ ଭୋକ ଉପାସ ରେ ରହିଥିଲେ। ଏ ଦିଗରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରାଯାଇ ଥିଲା ଦୁଇ ଦିନ ଛୁଟି ରହିଯାଇଥିବାରୁ ଯୋଗା ଯୋଗ ରେ ବ୍ୟତିକ୍ରମ ରହିଥିଲା ବୋଲି ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ କହିଥିଲେ।ତେବେ ଏହି ବ୍ଲକ ସ୍ତରୀୟ କ୍ରୀଡା ର ଉଦ୍ଘାଟନୀ ସଭାରେ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସତ୍ୟ ପ୍ରିୟ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ବ୍ଲକଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ସାହୁ,ଅତିରିକ୍ତ ଶିକ୍ଷାଧିକାରି ଭୀମସେନ ହୋ ଓ ସତ୍ୟସୁନ୍ଦର ପରିଡା,ବାଲିପାଟନା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ ମିଶ୍ର, ଧୂଷୁରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା, ଦୋବଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଭୁତି ମିଶ୍ର ପ୍ରମୁଖ ଯୋଗ ଦେଇ ଖେଳରେ ଭାଗ ନେଇ ଥିବା ଛାତ୍ର ଛାତ୍ରୀଙ୍କୁ କ୍ରିଡ଼ା ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଶିକ୍ଷକ ମଧୁସୂଦନ ମାଝି ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଶୁଭ ଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ଏହି ବ୍ଲକ ସ୍ତରୀୟ ଖେଳରେ ୨୯ ଟି ସ୍କୁଲ ରୁ ୨ ବର୍ଗ ରେ ୧୭ ବର୍ଷ ରୁ କମ ଓ ୧୪ ବର୍ଷ ରୁ ୩୨୦ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।ତେବେ ଏହି ଖେଳ ରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବାରୁ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖା ଦେଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ