ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ମେଲୋଡି ବେଳେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ପୂଜା କମିଟିମାନଙ୍କୁ ଅପିଲ କରିଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ । ସୋମବାର ଦୁର୍ଗା ପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ପ୍ରସ୍ତୁତି ବୈଠକରେ ପୂଜା କମିଟି ମାନଙ୍କୁ ଏଭଳି କହିଛନ୍ତି ବିଧାୟକ। ବିଧାୟକ କହିଛନ୍ତି ପୂଜା ମଣ୍ଡପ ନିକଟରେ ହେଉଥିବା ମେଲୋଡିକୁ ପରିବାର ସହ ଯେମିତି ଦେଖି ହେବ ସେ ଭଳି ହେଉ। ଏହା ସହ ପୂଜା ବେଳେ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅପିଲ କରିଛନ୍ତି ବିଧାୟକ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା