କନ୍ଧମାଳ , ୧ ସେପ୍େଟମ୍ବର (ହି.ସ.): ଫୁଲବାଣୀ ପୌରପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କରୋନେସନ ପଡ଼ିଆରେ ଏକ ବନ୍ଧୁତ୍ୱ ପୁର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଂଟ ର ଆୟୋଜନ କରାଯାଇଥିଲା।ସେହିପରି ଫୁଲବାଣୀ ଇନଡୋର ଷ୍ଟାଡିୟମ ଠାରେ ଏକ ଦିବସୀୟ ବ୍ଯାଡମିନ୍ଟନ ଟୁୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଡବଲ୍ସ ପ୍ରତିଯୋଗିତାରେ ରାଜୀବ ସ୍ୱାଇଁ ଓ ଶ୍ରୀକାନ୍ତ ନନ୍ଦ ବିଜେତା ହୋଇଥିବା ବେଳେ କେ. ମହେଶ ସୁବୁଦ୍ଧି ଓ ଧିରଜ ପାତ୍ର ରନର୍ସଅପ୍ ହୋଇଥିବା ବେଳେ ସିଙ୍ଗଲ୍ସ ର ବିଜେତା ଭାବରେ କେ. ଅଭିଶେକ ସୁବୁଦ୍ଧି ଓ ରନର୍ସଅପ୍ ଭାବରେ ପ୍ରସାଦ ସୋନୁ କୃତିତ୍ୱ ଅର୍ଜନ କରିଥିଲେ। ଏହି ଅବସରରେ ସ୍ନେହାଶିଷ୍ ହୋତା, ସନ୍ତୋଷ ପରିଡା, ଜୀତେନ୍ଦ୍ର ସ୍ୱାଇଁ, କିରଣ କୁମାର ଦାସ,ବିଶ୍ୱଜିତ୍ ସାହୁ,ବିରାଜ ପ୍ରଧାନ ଏବଂ ଅନ୍ୟ ଖେଳାଳି ମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଓ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, କନ୍ଧମାଳ ବ୍ଯାଡମିନ୍ଟନ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କୁମାର ପାତ୍ର, ବରିଷ୍ଠ ଖେଳାଳି ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଟୁୁର୍ଣ୍ଣାମେଂଟ କୁ ବ୍ୟାଡମିନ୍ଟନ କୋଚ୍ ଅସୀମ କୁମାର ନାୟକ ପରିଚାଳନା କରିଥିବା ବେଳେ ରେଫରୀ ଭାବେ ବରିଷ୍ଠ ଖେଳାଳି ଓ ଅନ୍ୟ ମାନେ ପରିଚାଳନା କରିଥିଲେ।
--------------
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ