ଭୁବନେଶ୍ୱର, 01 ସେପ୍ଟେମ୍ବର (ହି.ସ) ଲୋଇସିଂହାକୁ ଏନଏସି ମାନ୍ୟତା ମିଳିବା ପରେ ଲୋଇସିଂହା ବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ମହାଲିଙ୍ଗ ନିଜେ ଏ ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ମିଳିବା ପରେ ଆଜି ଅଞ୍ଚଳବାସୀଙ୍କ ସହ ମିଶି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି କୃତଜ୍ଞତା ଜଣାଇଲୁ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋଇସିଂହାର ବିକାଶ ଏବଂ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ତରଫରୁ ନିଆଯାଇଥିବା ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।
ଏହି ଅବସରରେ ବୁର୍ଡା ସରପଞ୍ଚ ଶ୍ରୀ ସୁଦିପ କୁମାର ସା, ଲୋଇସିଂହା ସରପଞ୍ଚ ଶ୍ରୀ ନବ କିଶୋର ନାଏକ, ବୁର୍ଡାର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରହଲ୍ଲାଦ ସାହୁ, ଲୋଇସିଂହା ନାଗରିକ କମିଟିର ସମ୍ପାଦକ ଶ୍ରୀ ପ୍ରଶାନ୍ତ ବେହେରା, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଭୂତନାଥ ନାଏକ, ଶଙ୍କର ସାହୁ, ପ୍ରଶାନ୍ତ ସାହୁ, ନୀରଜ କୁମାର ନାଗ, ଭୁବନେଶ୍ବର ଧରୁଆ, ବୁର୍ଡା ଏବଂ ଲୋଇସିଂହା ପଞ୍ଚାୟତର ବରିଷ୍ଠ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ