କଳାକାର ଦୟାନିଧି ସାହୁଙ୍କୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡି଼ ବ୍ଲକ ଅଧୀନ ମହରମପୁର ଗ୍ରାମର କଳାକାର ଦୟାନିଧି ସାହୁଙ୍କୁ ଏକାଦଶାହ ଅବସରରେ ସୋମବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଶିକ୍ଷକ ଦୀନରଂଜନ ପାଢ଼ୀଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଗୋଲକ ପ
DAYANIDHI SAHOO SRADHANJALI SABHA


ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡି଼ ବ୍ଲକ ଅଧୀନ ମହରମପୁର ଗ୍ରାମର କଳାକାର ଦୟାନିଧି ସାହୁଙ୍କୁ ଏକାଦଶାହ ଅବସରରେ ସୋମବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଶିକ୍ଷକ ଦୀନରଂଜନ ପାଢ଼ୀଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଗୋଲକ ପ୍ରସାଦ ବୟାରୀ, ସାମ୍ବାଦିକ ରାମନାରାୟଣ ନାୟକ, କବିି ଅମୂଲ୍ୟ କୁମାର ସେନାପତି, ଶିକ୍ଷକ ଅଶୋକ କୁମାର ସାହୁ, ସମାଜସେବୀ ଅଦିକନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦୟାନିଧି ଏକାଧାରରେ ଜଣେ ସଂଗୀତଜ୍ଞ, କାରିଗର ଓ ଶ୍ରମିକ ସଂଗଠକ ଭାବେ ସ୍ଥାନୀୟ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମହରମପୁର ଗ୍ରାମର ମହାଦେବ ମନ୍ଦିର, ହନୁମାନ ମନ୍ଦିର କାରିଗର ଭାବେ ନିର୍ମାଣ କରି ସୁନାମ ଅର୍ଜନ କରିଥିଲେ। ସେ ବହୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କବି ବିଶ୍ୱନାଥ କିଂକର ରାଉତ, ପ୍ରଶାନ୍ତ କୁମାର ସାହୁ, ଦୋଳଗୋବିନ୍ଦ ଶତପଥି, ଅଲେଖ ବେହେରା, ବିଜୟ ସାହୁ, ସଂଯୁକ୍ତା ସାହୁ ପ୍ରମୁଖଙ୍କ ସମେତ ବହୁ ଦୟାନିଧି ପ୍ରେମୀ ସ୍ମୃତିଚାରଣ କରିଥିଲେ। ପୁତ୍ର ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ କୃତଜ୍ଞତା ଜଣାଇଥିଲେ। ବୋହୂ ପ୍ରତିଭା ବିଶ୍ୱାଳ, ଗ୍ରାମବାସୀ ମଦନ ବେହେରା, ମାଧବ ଚନ୍ଦ୍ର ପଶୁପାଳକ, ପୂର୍ଣ୍ଣଚନ୍ଦ୍ର ପଶୁପାଳକ, ପତ୍ନୀ ମାଧବୀଲତା ସାହୁ, ନାତୁଣୀ ଅଭିସ୍ମିତା ସାହୁ ପ୍ରମୁଖଙ୍କ ସହିତ ଗ୍ରାମବାସୀ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande