ଜୟପୁର, ୧ ସେପ୍ଟେମ୍ବର (ହି.ସ.) - ଉପଖଣ୍ଡୀୟ ଖୁଚୁରା କୃଷି ବ୍ୟବସାୟୀ ସଂଘ କର୍ମକର୍ତା ମାନେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ୭ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ସାର ରେକ ପଏଂଟ ଉପରେ ଦର, ଟେଗିଙ୍ଗ, ଭଡା ଲୋଡ ଅନଲୋଡ ଯାହା ପଡିଲା ବ୍ୟସାୟୀ କମିସନ ସହ ସମୁଦାୟ କେତେ ଦର ନିର୍ଦ୍ଧାରିତ କରାଯାଉ, ସାର ରେକ ପଏଂଟରେ ସମୁଦାୟ ସାର ଆସିବା ପରେ ଜିଲ୍ଲାର ସମସ୍ତ ସାର ବିକ୍ରୟ ରିଟେଲରଙ୍କୁ ତଦାରଖ କରି ସମ ପରିମାଣରେ ସୁ ବଂଟନ ହୋଇ ପାରିବା ନିମନ୍ତେ କୃଷି ଅଧିକାରୀ ସପ୍ସପୃକ୍ତ ହୋଇ ପରିଚାଳନା କରିବା ପାଇଁ ନିର୍ଦ୍ଧେଶ ଦିଅନ୍ତୁ, ହୋଲସେନର ମାନେ ସମସ୍ତ ରିଟେଲରଙ୍କୁ ପାତରଅନ୍ତର ନକରି ସମାନ ଭାବରେ ସାର ବଂଟନ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ, ବର୍ଷ ଆରମ୍ଭରୁ ସମସ୍ତ ବିଭାଗୀୟ କୃଷି ଅଧିକାରୀ ଏବପ୍ସ ହୋଲସେନର ସାର କମ୍ପାନୀ ଅଧିକାରୀ ଏବପ୍ସ ସନସ୍ତ ରିଟେଲରଙ୍କ ସହିତ ଆଲୋଚନା କରି ସୁଚାରୁ ରୁପେ ସମସ୍ତ ବିହନ, କାଦୁଅ ସାର,ୟୁରିଆ, ପଟାସ କିପରି ବଂଟନ ହେବ ତା ଉପରେ ଆଲୋଚନା କରିବା ଏବଂ ସମସ୍ତ ତଥ୍ୟକୁ ସମସ୍ତଙ୍କୁ ଜଣାଯାଉ, ଚଳିତ ବର୍ଷ ହୋଲସେଲର ମାନେ କମ୍ପେ୍ଲକସାର ଡିଏପି ସର ଉପରେ ୨ଗୋଟି ଏବପ୍ସ ସରକାରୀ ଦରଠାରୁ ୨ଶହ ଟଙ୍କା ଉର୍ଦ୍ଧରେ ଟେଗ କରି ରିଟେଲରଙ୍କୁ ବାଧ୍ୟତାମୂଳକ ଦିଆଯାଇଛି ଏହାର ତଦନ୍ତ କରି ଆଗାମୀ ଦିନରେ ସେ ପରି ନକରିବାକୁ ଚେତାବନୀ ଦିଆଯାଉ, ସମସ୍ତ ସରକାରୀ ସାର ବିକ୍ରେତା ସପ୍ସସ୍ଥାର ମୁଖ୍ୟ ଅଧିକାରୀ ମାନେ ପାତର ଅନ୍ତର କରି ମନମୁଖୀ କାର୍ଯ୍ୟ କରି ଆସୁଛନ୍ତି। ଏହା ସପ୍ସଘର ଦୃଷ୍ଟି ଗୋଚର ହୋଇଛି। ଏହାର ତଦନ୍ତ କରି ସାରର ସୁ ବଂଟନ କିପରି ହୋଇପାରିବ ସେ ନିର୍ଦ୍ଧେଶ ଦିଅନ୍ତୁ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ସମୟରେ ସଭାପତି ଉପେନ୍ଦ୍ର ପାଣିଗ୍ରାହୀ ଉପସଭାପତି ସନ୍ତୋଷ ସାହୁ, ସପ୍ସପାଦକ ଜିତେନ୍ଦ୍ର ପାଢି, ସହ ସଂପାଦକ ସଞ୍ଜୟ ପାତ୍ର ଉପଦେଷ୍ଠା ଶ୍ରୀରାମମୂର୍ତିଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି