ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ଅଂଚଳରେ କେବଳ ଗୋଟିଏ ଥାନା ନୁହେଁ ଧାମରା ୮ପଂଚାୟତରେ ତିନୋଟି ଥାନା ଗୋଟିଏ ଫାଣ୍ଡି ଥିବା ସତ୍ୱେ ଧାମରା ଅଂଚଳରେ ଶବ୍ଦ ପ୍ରଦୁଷଣ କୁ କିଏ ରୋକିବ ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଗଣେଷପୂଜା ଠାରୁ ପାର୍ବଣ ରୁତୁ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଡକାଇ ଶବ୍ଦ ପ୍ରଦୁଷଣ ରୋକିବାକୁ କଡାକଡି ଭାବେ ନିର୍ଦେଶ ଦେଇଥିଲେ। ମାତ୍ର ସମସ୍ତ ଆଦେଶ/ନିର୍ଦେଶ ପାଣିରେ ଗାର ସଦୃଶ ହୋଇପଡିଛି। ଗଣେଷ ପୂଜା ଅବସରରେ ବହୁ ସଙ୍ଗଠନ ସରକାରଙ୍କ ଏହି ନିୟମ ମାନି ଚଳିଆସୁଥିବା ବେଳେ କିଛି ସଙ୍ଗଠନ ଏହାକୁ ମାନି ନଥିଲେ। ଏପରିକି ପୁଲିସ ପ୍ରଶାସନ ଉପସ୍ଥିତିରେ କିପରି ବହୁ କ୍ଲବ ଏବଂ ସଙ୍ଗଠନ ମାନେ ଗଣେଷଙ୍କ ଭଷାଣି ସମୟରେ ଡିଜେ ଏବଂ ଭାଇବ୍ରେଟର ବ୍ୟବହାର କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ଆଗାମୀ ଦିନରେ ଧାମରା ବନ୍ଦର ନଗରୀରେ ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ପରେ ପରେ ଦୁର୍ଗାପୂଜା ଏବଂ କାଳୀ ପୂଜା ଆସୁଥିବାରୁ ଏହି ପାର୍ବଣ ରୂତୁରେ ପୁଲିସ ପ୍ରଶାସନ ଅଥବା ତହସିଲଦାର ଏହି ଅମାନିଆ ଡିଜେ ଏବଂ ଭାଇବ୍ରେଟର ଶବ୍ଦକୁ ରୋକିବେ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ବହୁ ସ୍ଥାନରେ ପୁଲିସ ପ୍ରଶାସନ ଏହି ଡିଜେ ଭାଇବ୍ରେଟର ଙ୍କ ଗାଡିକୁ ଜବତ କରିବାକୁ ମାଜିଷ୍ଟ୍ରେଟଙ୍କୁ ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ପୁଲିସ ପ୍ରଶାସନ ଜାଣିଶୁଣି ଡିଜେ ମାଲିକ ଏବଂ ବିଭିନ୍ନ ସ୍ଥାନୀୟ ସଙ୍ଗଠନ ଗୁଡିକର ଶରବ୍ୟର ଶିକାର ହେବେ ନାହିଁ ବୋଲି ଏମିତି ଅଭିଯୋଗ କରୁଛି ବୋଲି ମଧ୍ୟ ଚର୍ଚା ଚାଲିଛି। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଅମାନିଆ ଡିଜେ ଭାଇବ୍ରେଟର ମାଲିକ ଏବଂ ବିଭିନ୍ନ ସଙ୍ଗଠନ କରୁଥିବା ସଙ୍ଗଠକ ମାନଙ୍କୁ ଡାକି ଏଥିପ୍ରତି କଡା ଚେତାବନୀ ଦେବା ସହ ନିୟମ ଉଲଘଂନ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଙ୍ଗଠନ ଉପରେ ଅଙ୍କୁଶ ନ ଦେଲେ ଏହି ଶବ୍ଦ ପ୍ରଦୁଷଣ ବଢି ବଢି ଯିବା ସହ କେତେବେଳେ ଏବଂ କେଉଁ ମୁହୁର୍ତରେ କେତେ ହୃଦଘାତ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ ଏଥିରେ ପ୍ରାଣ ହରାଇବେ ଏବଂ ଏଥିପ୍ରତି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଦାୟୀ ରହିବେ କି ! ତୁରନ୍ତ ପାର୍ବଣ ରୂତୁରେ ଏହି ଶବ୍ଦ ପ୍ରଦୁଷଣ ରୋକିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଏ ବିଷୟରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ କୁହନ୍ତି ଶବ୍ଦ ପ୍ରଦୁଷଣ ବିଷୟରେ କୌଣସି ମୁହୁର୍ତରେ ଚାନ୍ଦବାଲି ତହସିଲ ଅଂଚଳରେ ଯେ କୌଣସି ଅଭିଯୋଗ ଆସିବ ସେ ତୁରନ୍ତ ଆଇନ ଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ