ଭୁବନେଶ୍ୱର,୦୧ ସେପ୍େଟମ୍ବର (ହି.ସ)- ଭୁବନେଶ୍ୱର ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି। ଭସାଣରେ ଲେଜର ଲାଇଟ୍ ଓ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ରହିଛି। କେବଳ ପାରମ୍ପରିକ ବାଜାରେ ମାଙ୍କ ଭସାଣ ହେବ। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିସନର ଏସ ଦେବଦତ ସିଂ, ଅତିରିକ୍ତ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା