ଗଞାମ, ୧ ସେପ୍ଟେମ୍ବର (ହି.ସ.)- ପିତଳ ନିକଟସ୍ଥ କାଞ୍ଜିଆମା ଋଷିକୂଲ୍ୟା ନଦୀରେ ମାଛ ମାରୁଥିବା ଜଣେ ଧୀବର ଲିଙ୍ଗରାଜ ବେହେରା ଗଭୀର ଜଳରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି। ଶଵ ପାଣିରେ ଭାସିବା ପରେ ଗାଁ ଲୋକେ ମୃତଦେହ ଉଦ୍ଧାର କରିଥିଲେ। ହିଞ୍ଜିଳିକାଟୁ ପୋଲିସ ଶଵଜଵତ କରି ବ୍ୟବଛେଦ ପାଇଁ ଵ୍ରହ୍ମପୁର ଵଡଡାକ୍ତରଖାନାକୁ ପଠାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ