ଜୟପୁର, ୧ ସେପ୍ଟେମ୍ବର (ହି.ସ.)- ଦେଶି ଓ ଭାଟି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଜଣେ ମହିଳା ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଏକ ଦେଶୀ ଓ ଭାଟି ମଦ ଚାଲାଣ ସୂଚନା ପାଇଁ ନାରାୟଣ ତୋଟା ସାହିରେ ଚଢ଼ଉ କରିଛି। ଚଢ଼ଉ କରି ଦେଶୀ ଓ ଭାଟି ମଦ ୯ ଲିଟର ଜବତ କରି ମହିଳା ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ମହିଳା ଅଭିଯୁକ୍ତକୁ ଆଜି ଅପରାହ୍ନ ୪ଟାରେ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହରିନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି