ଅନ୍ତାରେ ଅଭିଯୋଗ ଓ ଜନ ଶୁଣାଣି ଶିବିର
ଜୟପୁର, ୧ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଅନ୍ତା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଏବିିଡିଓ ମନୋଜ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରୀ ଯନ୍ତ୍ରୀ ରଂଜିତା ରାଣୀ ପଣ୍ଡା, ଡିଡବ୍ଲୁଓ ଆଭ
ଅନ୍ତା ରେ ଅଭିଯୋଗ ଓ ଜନ ଶୁଣାଣି   ଶିବିର


ଜୟପୁର, ୧ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଅନ୍ତା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଏବିିଡିଓ ମନୋଜ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରୀ ଯନ୍ତ୍ରୀ ରଂଜିତା ରାଣୀ ପଣ୍ଡା, ଡିଡବ୍ଲୁଓ ଆଭା ପ୍ରଧାନ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି ଅଭିଯୋଗ କରିଥିଲେ । ଏହା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେ ନେଇ ଉପସ୍ଥିତ ଅଧିକାରି ମାନେ ସଚେତନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande