ଗୁରୁଦିବସରୁ ଜିଲ୍ଲାବ୍ୟାପି ପ୍ରଦର୍ଶିତ ହେବ ଆନ୍ଦୋଳନ
ବାରିପଦା, 1 ସେପ୍ଟେମ୍ବର (ହି.ସ.)-ଶିମିଳିପାଳ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ଆନ୍ଦୋଳନ ଗୁରୁଦିବସ ଠାରୁ ଜିଲ୍ଲାବ୍ୟାପି ପ୍ରଦର୍ଶିତ କରାଯିବ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ବିକାଶ, ବନ୍ୟଜାତ ଦ୍ରବ୍ୟ ଉଚିତ୍ ବ୍ୟବସାୟୀକରଣ ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ। ସ୍ଥାନୀୟ ଅଞ୍ଚଳର କିପରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେ ବାବଦରେ ଚଳଚ୍ଚିତ୍ର ମାଧ୍ୟମରେ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପରିକଳ୍ପନା କରିଛନ୍ତି। ଜନସଚେତନତା ଉଦ୍ଦେଶ୍ୟରେ ନିର୍ମିତ “ଆନ୍ଦୋଳନ ଚଳଚ୍ଚିତ୍ର ବିନା ଶୁଳ୍କରେ ଜିଲ୍ଲାବାସୀଙ୍କ ପାଖରେ ପହଞ୍ଚିବ। ଭଞ୍ଜସେନା ପକ୍ଷରୁ ଦୁଇଟି ଏଲଇଡି ଗାଡି ମାଧ୍ୟମରେ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଠାରୁ ୪ ଗୋଟି ଉପଖଣ୍ଡର ପ୍ରତି ବ୍ଲକ/ଏନ୍ଏସି/ପୋୖରପାଳିକା ଯାଇ ପ୍ରଦର୍ଶନ କରାଯିବ। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସର୍ବମୋଟ ୨୧ ଦିନ ପ୍ରଦର୍ଶନ ହେବ ବୋଲି ସ୍ଥିରୀକୃତ ହୋଇଛି ବୋଲି ଜିଲ୍ଲା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ