ହାତୀଙ୍କ କବଳରୁ କେବେ ମିଳିବ ନିସ୍ତାର, ଅତିଷ୍ଠ ହୋଇ ପଡିଲେଣି ଲୋକେ
ଘଟଗାଁ, ୦୧ ସେପ୍ଟେମ୍ବର (ହି.ସ) - କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀଙ୍କ ଆତଙ୍କ, ଅତିଷ୍ଠ ହୋଇ ପଡିଲେଣି ଲୋକେ କେବେ ଆଉ ମିଳିବ ହାତୀଙ୍କ କବଳରୁ ନିସ୍ତାର। ଜିଲ୍ଲାର ବିଭିନ୍ନ ବ୍ଲକରେ ଆତଙ୍କ ରଚି ଉତ୍ପାତ ହେଉଛନ୍ତି ହାତୀ ପଲ। ହାତୀକୁ ଘୋଉଡ଼ାଇ ବା ମଧ୍ୟରେ ହାତୀ ମଣିଷ ସଂଘର୍ଷ ଭିତର
ହାତୀଙ୍କ କବଳରୁ କେବେ ମିଳିବ ନିସ୍ତାର, ଅତିଷ୍ଠ ହୋଇ ପଡିଲେଣି ଲୋକେ


ଘଟଗାଁ, ୦୧ ସେପ୍ଟେମ୍ବର (ହି.ସ) - କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀଙ୍କ ଆତଙ୍କ, ଅତିଷ୍ଠ ହୋଇ ପଡିଲେଣି ଲୋକେ କେବେ ଆଉ ମିଳିବ ହାତୀଙ୍କ କବଳରୁ ନିସ୍ତାର। ଜିଲ୍ଲାର ବିଭିନ୍ନ ବ୍ଲକରେ ଆତଙ୍କ ରଚି ଉତ୍ପାତ ହେଉଛନ୍ତି ହାତୀ ପଲ। ହାତୀକୁ ଘୋଉଡ଼ାଇ ବା ମଧ୍ୟରେ ହାତୀ ମଣିଷ ସଂଘର୍ଷ ଭିତରେ ସବୁବେଳେ କ୍ଷତି ହେଉଛି ମଣିଷର। ଉତ୍ପାତ ହାତୀ ଫସଲ ନଷ୍ଟ କରିବା ସହ ଧାନ ଚାଉଳ ଖାଇ ଘର ଦ୍ୱାର ଭାଙ୍ଗିବା ସହ ନେଉଛନ୍ତି ମଣିଷ ଜୀବନ। ଗତ ରାତି ତା ୩୦/୮ ରିଖ ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ଗ୍ରାମ ପଂଚାୟତ ତାଣ୍ଡବ କରିଥିଲେ ୧୩ ଟିକିଆ ହାତୀ ପଲ। ଲୋକଙ୍କ ଅଭିଯୋଗ ହାତୀ ଗୁଡିକ ଦିନରେ ନିକଟସ୍ଥ ରେବଣା ସଂରକ୍ଷିତ ଜଙ୍ଗଲ ଓ ଚନ୍ଦନଗିରି ପାହାଡ ପାଖରେ ରହି ଯାଉଛନ୍ତି । ସନ୍ଧ୍ୟା ସମୟରେ ଜଙ୍ଗଲ ନିକଟସ୍ଥ ଗ୍ରାମ ଗୁଡିକକୁ ଆସି ଲୋକଙ୍କୁ କରୁଛନ୍ତି ଭୟଭୀତ ଓ ଧାନ ଫସଲ ନଷ୍ଟ। ବିଭାଗୀୟ ଅଧିକାରୀ ଓ ଗଜ ସାଥୀଙ୍କୁ ଫୋନ କଲେ ସୁଧା ରାତିରେ ମିଳୁ ନାହିଁ କିଛି ସଫଳ। ଭଗବାନଙ୍କୁ ଭରସା କରି ଭୟରେ ରାତି ବିତାଉଛନ୍ତି ଗ୍ରାମ ବାସୀ। ତଥାପି ଅଗଷ୍ଟ ୩୦ତାରିଖ ଉକ୍ତ ଗ୍ରାମର ରଞ୍ଜିତା ବେହେରା, ପଂଚୁ ଦେହୁରୀ, ସୁନିଆଁ ଦେହୁରୀ, କେଶବ ଦେହୁରୀ, ବ୍ରଜବନ୍ଧୁ ଦେହୁରୀ ଓ ମଙ୍ଗୁଳୁ ଦେହୁରୀ ପ୍ରାୟତଃ ୧୦ଏକର ଚାଷ ଜମିକୁ ଦଳି ଚକଟି ନଷ୍ଟ କରି ଦେଇଛନ୍ତି ୧୩ଟିକିଆ ହାତୀ ପଲ। ପାହାଡିଆ ଉପାନ୍ତ ଅଂଚଳ ହୋଇଥିବାରୁ ରାତିରେ ହାତୀ ପଲକୁ ଘୋଉଡାଇବା ଲାଗି ବାରମ୍ବାର ଫୋନ କରିଥିଲେ ସୁଧା ଦେଖା ଦେଇନଥିଲେ ଦାୟିତ୍ୱରେ ଥିବା କର୍ମଚାରୀ। ଏହାକୁ ନେଇ ଏବେପ୍ରଶ୍ନ ସରକାରଙ୍କ ଏତେ ସବୁ ଯୋଜନା କାହା ପାଇଁ।

.................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande