ସାର ବଣ୍ଟନରେ ଅନିୟମିତତା , ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ
ମାଲକାନଗିରି, ୧ସେପ୍ଟେମ୍ବର (ହି.ସ.)ସାର ଯୋଗାଣରେ ଅନିୟମିତତାକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥକୁ ସୋମବାର ଅବରୋଧ କରିଛନ୍ତି ଚାଷୀ । ବର୍ଷା ଋତୁ ସରିବାକୁ ଆସିଥିବା ବେଳେ ଚାଷୀଙ୍କୁ ମିଳୁନି ସାର । ମାଲକାନଗିରି ଜିଲ୍ଲା କାଲିମେଳା ଲାମ୍ପ୍ ରେ ସାର ମିଳୁ ନ ଥିବାରୁ ଚାଷୀ ଦଲାଲ ହାବୁଡ଼ରେ ପଡ଼ି ଶୋଷଣ
ସାର ବଣ୍ଟନରେ ଅନିୟମିତତା , ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ


ମାଲକାନଗିରି, ୧ସେପ୍ଟେମ୍ବର (ହି.ସ.)ସାର ଯୋଗାଣରେ ଅନିୟମିତତାକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥକୁ ସୋମବାର ଅବରୋଧ କରିଛନ୍ତି ଚାଷୀ । ବର୍ଷା ଋତୁ ସରିବାକୁ ଆସିଥିବା ବେଳେ ଚାଷୀଙ୍କୁ ମିଳୁନି ସାର । ମାଲକାନଗିରି ଜିଲ୍ଲା କାଲିମେଳା ଲାମ୍ପ୍ ରେ ସାର ମିଳୁ ନ ଥିବାରୁ ଚାଷୀ ଦଲାଲ ହାବୁଡ଼ରେ ପଡ଼ି ଶୋଷଣ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତୁରନ୍ତ ସାର ଯୋଗାଣ ଦାବିରେ କାଲିମେଳା ବ୍ଲକର ଚାଷୀ ମାନେ ରାସ୍ତା ଅବରୋଧ କରିଥିଲେ । ସାର ଯୋଗାଣ ଦାବିରେ ଦୀର୍ଘ ସମୟ ଧରି ଚାଷୀ ମାନେ ଜାତୀୟ ରାଜପଥ ରାସ୍ତା ଅବରୋଧ କରି ଅଡିବସିଥିଲେ । ସେପଟେ କଳା ବଜାରରେ ୟୁରିଆ ସାର ର ଦାମ ଆକାଶ ଛୁଆଁ ବୋଲି ଚାଷୀ କିଣିବାକୁ ସକ୍ଷମ ନାହାନ୍ତି । ବର୍ତ୍ତମାନ ଧାନ ଫସଲ ରେ ଡ଼ିଏପି ଏବଂ ୟୁରିଆ ସାର ର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ସାର ବେପାରୀ ଏହାର ଫାଇଦା ଉଠାଇ ଚଢ଼ା ଦରରେ ବିକ୍ରୀ କରି କଳାବଜାରୀ ସୃଷ୍ଟି କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହାସହ ସରକାର ତୁରନ୍ତ ସାର ଉପଲବ୍ଧ କରିବାକୁ ଦାବି କରିଛନ୍ତି । ତେବେ ଖବର ପାଇ ଘଟଣା ସ୍ଥଳରେ କାଲିମେଳା ଥାନା ପୋଲିସ୍ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିବା ଜଣାପଡ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande