କେନ୍ଦୁଝର, ୧ ସେପ୍ଟେମ୍ବର (ହି.ସ.) - ପବିତ୍ର ଜନ୍ମାଷ୍ଟମୀ ତଥା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମଦିବସ ଅବସରରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ତରଫରୁ ଏକ ସ୍ୱତନ୍ତ୍ର ସତସଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତା୍ୱବଧାନ ଓ ସହକାରୀ ସମ୍ପାଦକ ବିଜୟ କୁମାର ଦାଶଙ୍କ ସହଯୋଗରେ ଭାଗବତ ଗାଦି, ରାସେଶ୍ୱରୀ ରାଧାରାଣୀ ତଥା ରାଧା ଭାବରେ ଅନୁପ୍ରାଣିତ ଉତ୍କଳୀୟ ବ୍ୟାସଦେବ ଅତିବଡ଼ି ଜଗନ୍ନାଥ ଦାଶଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯାଇ ଭାଗବତ ଷଷ୍ଠ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ପାରାୟଣ କରାଗଲା। ପଠିତ ଅଧ୍ୟାୟ ପ୍ରସଙ୍ଗ ନାରାୟଣ କବଚ ସମ୍ବନ୍ଧରେ ଆଲୋକପାତ କରି ପରମ ଆରାଧ୍ୟା ରାଧାରାଣୀ ତଥା ଜଗନ୍ନାଥ ଦାସଙ୍କ ଜନ୍ମର ରହସ୍ୟ ତଥା ସାମଞ୍ଜସ୍ୟ ଶୀର୍ଷକରେ ସଭାପତି ଏକ ଆଲୋଚନା ଚକ୍ର ପରିଚାଳନା କଲେ।ଉପସ୍ଥିତ ଭକ୍ତ ବୃନ୍ଦ ନିଜ ନିଜର ମନ୍ତବ୍ୟ ଉପସ୍ଥାପିତ କରିଥିଲେ । ପରିଶେଷରେ ଭଜନ କୀର୍ତନ ପରିବେଷଣ କରାଯାଇ ଥିଲା । ଆଜିର ଅଧିବେଶନରେ ପ୍ରସାଦ ଆୟୋଜନ କରିଥିଲେ ବରିଷ୍ଠ ସଭ୍ୟ ଧୃବାନନ୍ଦ ରାଉତ। ଏଥିରେ ଭଜ ବେହେରା, ପୁରୁଷୋତମ ଜେନା, ରବି ପାଢ଼ୀ, ଗୋବିନ୍ଦ ପଟ୍ଟନାୟକ, ଖଗେଶ୍ୱର ମହାନ୍ତ,ଜଗବନ୍ଧୁ ରାଉତ, ତ୍ରିଲୋଚନ ଗିରି, ବିଦ୍ୟାଧର ପରିଡ଼ା, ଚିନ୍ତାମଣି ମହାଳିକ, ଯଦୁମଣି ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA