ଜୟନ୍ତଗିରି ସରପଂଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
ଜୟପୁର, ୧ ସେପ୍ଟେମ୍ବର (ହି.ସ.) - ଜୟପୁର ବ୍ଲକ ଜୟନ୍ତଗିରି ପଂଚାୟତ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ନାଏବ ସରପଂଚଙ୍କ ସଭାପତିତ୍ୱରେ ଜୟନ୍ତଗିରି ଶିବମନ୍ଦିର ରେ ଏକ ଜରୁରୀ ବୈଠକ ଡକାଇ ସରପଂଚ ଭଦ୍ର ପୂଜାରୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ନିଷ୍ପତି ନେଇଥିଲେ। ଜୟନ୍ତଗିରି ଗ୍ରାମ ପଂଚାୟତ
ଜୟନ୍ତଗିରି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ


ଜୟପୁର, ୧ ସେପ୍ଟେମ୍ବର (ହି.ସ.) - ଜୟପୁର ବ୍ଲକ ଜୟନ୍ତଗିରି ପଂଚାୟତ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ନାଏବ ସରପଂଚଙ୍କ ସଭାପତିତ୍ୱରେ ଜୟନ୍ତଗିରି ଶିବମନ୍ଦିର ରେ ଏକ ଜରୁରୀ ବୈଠକ ଡକାଇ ସରପଂଚ ଭଦ୍ର ପୂଜାରୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ନିଷ୍ପତି ନେଇଥିଲେ। ଜୟନ୍ତଗିରି ଗ୍ରାମ ପଂଚାୟତର ସର୍ବମୋଟ୍ ୧୩ଗୋଟି ୱାର୍ଡରୁ ଜନେୱାର୍ଡ ସଭ୍ୟଙ୍କର ମୃତ୍ୟୁ ହୋଇଥିବାରୁ ୧୨ଜଣ ସଭ୍ୟ ସଭ୍ୟା ଉପସ୍ଥିତ ରହି ଏହି ନିଷ୍ପତି ନେଇଛନ୍ତି। ସରପଂଚ ଭଦ୍ର ପୂଜାରୀ ଠିକ ସମୟରେ ଗ୍ରାମପଂଚାୟତ ବୈଠକ ନକରିବା, ଗ୍ରାମପଂଚାୟତ ବୈଠକରେ ସଭ୍ୟ ସଭ୍ୟାଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ ନକରିବା, ଗ୍ରାମ ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟର କୌଣସି ସୂଚନା ନଦେଇ ଲୁଚାଇ ରଖିବା, ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟ ଗୁଡିକୁ ସୁଚାରୁ ରୁପେ ସଂପାଦନା ନକରିବା, ପଂଚାୟତ ବୈଠକରେ ନିଷ୍ପତି ନିଆଯାଇଥିବା ନିର୍ଦ୍ଧାରଣ ଗୁଡିକୁ ଅଣଦେଖା କରିବା ଏବଂ ଠିକ ଭାବେ କାର୍ଯ୍ୟକାରି ନ କରିବା, ୱାର୍ଡବାସୀଙ୍କ କାମ ନକରିବା ଯୋଗୁଁ ଏହି ପ୍ରସ୍ତାବ ଗ୍ରହଣ କରାଯାଇଥିବା ୱାର୍ଡ ସଭ୍ୟ ଓ ସଭ୍ୟାମାନେ ପ୍ରକାଶ କରିଛନ୍ତି। ଗତ ୩ମାସ ପୂର୍ବେ ଉପଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଯୋଗୁଁ ପୁଣି ଥରେ ଉପଜିଲ୍ଲାପାଳଙ୍କୁ ଆଜି ସରପଂଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ବିଷୟରେ ଲିଖିତ ଭାବେ ଜଣାଇଛନ୍ତି। ଉପଜିଲ୍ଲାପାଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ସହ ସମୁହ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ୱାର୍ଡ ସଭ୍ୟ ଓ ସଭ୍ୟା ବିମଳା ଭୁମିଆ, ଶ୍ୟାମ ଅମନତ୍ୟ, ତିଳୋତମା ଗଣ୍‌ତ,ଭଗବାନ ଅମାନତ୍ୟ,ସଦା ଗାଦବା, ମନ ଭତ୍ରା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande