କେନ୍ଦୁଝର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କେନ୍ଦୁଝର, ୧ ସେପ୍ଟେମ୍ବର (ହି.ସ.)- ସୋମବାର ଦିନ ଜିଲ୍ଲାପାଳ ବିଶାଲ ସିଂହଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲ୍‌ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ୍ ୨୦୨ ଅଭିଯୋଗ ଗ୍ରହଣ କରାଯାଇଥିଲା । ସମୁଦାୟ ଅଭିଯୋଗ ମ
କେନ୍ଦୁଝର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ


କେନ୍ଦୁଝର, ୧ ସେପ୍ଟେମ୍ବର (ହି.ସ.)- ସୋମବାର ଦିନ ଜିଲ୍ଲାପାଳ ବିଶାଲ ସିଂହଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲ୍‌ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ୍ ୨୦୨ ଅଭିଯୋଗ ଗ୍ରହଣ କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୨୭ ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବା ବେଳେ ୧୭୫ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ସେଥିମଧ୍ୟରୁ ୪୨ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ସହାୟତା ପାଇଁ ୧୩ ଆବେଦନପତ୍ର ଗ୍ରହଣ କରାଯାଇଥିଲା।

ଏହି ଶୁଣାଣିରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ, ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, କେନ୍ଦୁଝର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳାଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିନୋଦ ବିହାରୀ ମିଶ୍ର ଏବଂ ସହକାରୀ ଜିଲ୍ଲାପାଳ ସରୋଜ କୁମାର ମଲ୍ଲିକଙ୍କ ସମେତ ଜିଲ୍ଲାସ୍ତରର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande