ଲକ୍ଷ୍ମୀନାରାୟଣ ସ୍ମୃତି ସଂସଦ’ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳର କୁଆଁଶ ଗ୍ରାମ ସ୍ଥିତ ଶ୍ରୀ ଶ୍ୟାମ ସୁନ୍ଦର ଜୀଉ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀନାରାୟଣ ସ୍ମୃତି ସଂସଦ’ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକଟି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା, ଏଥିର
LAXMINARAYAN SMRUTI SANSAD


ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳର କୁଆଁଶ ଗ୍ରାମ ସ୍ଥିତ ଶ୍ରୀ ଶ୍ୟାମ ସୁନ୍ଦର ଜୀଉ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀନାରାୟଣ ସ୍ମୃତି ସଂସଦ’ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକଟି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା, ଏଥିରେ ବରିଷ୍ଠ ନେତା ଦୀନବନ୍ଧୁ ପତି, ବରିଷ୍ଠ ଅଧିବକ୍ତା ଅତିସ ବେହେରା, ଅଧିବକ୍ତା ନିଶିକାନ୍ତ ନାୟକ, ସମାଜସେବୀ ବିପ୍ଲବ ହୋତା, ସନ୍ତୋଷ ଦାସ, ଶୁଭେନ୍ଦୁ ବିଶ୍ୱାଳ, ଟୁନା ପାଣିଗ୍ରାହୀ, ବିଶ୍ୱଜିତ୍ ବେହେରା, ଶୁଭଙ୍କର ମହାପାତ୍ର (କାଳିଆ ଭାଇ) ଏବଂ ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ବୃନ୍ଦ ଉପସ୍ଥିତ ଥିଲେ। ସଭାରେ ଭଦ୍ରକ ର ସ୍ପଷ୍ଟବାଦୀ ଜନପ୍ରିୟ ନେତା ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଷ୍ମୀ ମହାପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରସ୍ତୁତିମାନ୍ୟ ସ୍ମରଣିକା ପୁସ୍ତକ ବିଷୟରେ ଗଭୀର ଆଲୋଚନା ହୋଇଥିଲା। ସଭାରେ ସ୍ମରଣିକା ପାଇଁ ସମସ୍ତଙ୍କ ବାର୍ତା ଓ ଲେଖାଗୁଡ଼ିକ ଯଥାଶୀଘ୍ର ଜମା କରିବାକୁ ଅନୁରୋଧ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande