ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ମାୟାଧର ପାଢୀଙ୍କର ଦଶମ ଶ୍ରାଦ୍ଧବାର୍ଷିକୀ ଓ ସମ୍ବର୍ଦ୍ଧନା ଉତ୍ସବ
ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ଯୋଗାଣ ଅଧିକାରୀ ସ୍ୱର୍ଗତ ମାୟାଧର ପାଢୀଙ୍କର ଦଶମ ଶ୍ରାଦ୍ଧବାର୍ଷିକୀ ଓ ସମ୍ବର୍ଦ୍ଧନା ଉତ୍ସବ, ମଖଲପୁରସ୍ଥ ମାୟାଧର ଗଭାମଣୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଦିବସରେ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଓ ଦିବ
MAYADHAR PADHI SRADHA BARSIKI


ଭଦ୍ରକ, ୧ ସେପ୍ଟେମ୍ବର (ହି.ସ.) - ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ଯୋଗାଣ ଅଧିକାରୀ ସ୍ୱର୍ଗତ ମାୟାଧର ପାଢୀଙ୍କର ଦଶମ ଶ୍ରାଦ୍ଧବାର୍ଷିକୀ ଓ ସମ୍ବର୍ଦ୍ଧନା ଉତ୍ସବ, ମଖଲପୁରସ୍ଥ ମାୟାଧର ଗଭାମଣୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଦିବସରେ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଓ ଦିବସବ୍ୟାପୀ ଶ୍ରୀମଦ୍‌ଭାଗବତ ଗୀତା ପାରାୟଣ ଏବଂ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଅଛି। ଉକ୍ତ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଶିଷ୍ଟ ଲେଖକ, କବି ତଥା ଏନ୍‌ବିଟିର ପ୍ରାକ୍ତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ହରମୋହନ କୁଅଁର ଯୋଗଦାନ କରିଥିବା ବେଳେ ସମ୍ମାନ୍ନୀତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଗୟାଧର ମହାପାତ୍ର, ବିଶିଷ୍ଟ ନାରୀକବି ଶୈଳାବାଳା ମହାପାତ୍ର ଓ ବିକାଶ ଶତପଥି, ରୋଟାରିକ୍ଲବର ପ୍ରାକ୍ତନ ସଭାପତି ଅଭିଜିତ୍ ନାୟକ ଏବଂ ଅନିମା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପାଢୀଙ୍କର ସମାଜ ଓ ପରିବାର ପ୍ରତି ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ ବୋଲି ସ୍ମୃତିଚାରଣ ସଭାରେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରାଯାଇଥିବା ବେଳେ ସାଇବିସ୍ମୟ, ତତ୍ୱଦର୍ଶି, ଜ୍ୟୋତିପ୍ରଜ୍ଞା, ସାନୁ ଏବଂ ମିକୁ ପ୍ରମୁଖ ବେଦପାଠ କରିଥିଲେ। ବଶିଷ୍ଟ ପଣ୍ଡିତ ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଗୀତାପାରାୟଣ ଓ ବିଷ୍ଣୁସହସ୍ର ନାମ ପାଠ କରିଥିଲେ। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ. ଶୈଳେନ୍ଦ୍ର ନାରାୟଣ ପାଢୀ ମଂଚ ପରିଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ୱର୍ଗତ ପାଢୀଙ୍କର ଧର୍ମପତ୍ନୀ ଗଭାମଣୀ ପାଢୀ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରାଧ୍ୟାପକ ବୀରେନ୍ଦ୍ର ମହାପାତ୍ର ମାନପତ୍ର ପାଠ କରିଥିଲେ। ସର୍ବଶେଷରେ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିବାବେଳେ ସ୍ୱର୍ଗତ ପାଢୀଙ୍କର ସାନଭାଇ ଅଭିରାମ ପାଢୀ, ଭାଇବୋହୂ ଇନ୍ଦୁମଣି ପାଢ଼ୀ, ପୁତ୍ର ଦେବେନ୍ଦ୍ର ପାଢୀ, ଉପେନ୍ଦ୍ର ପାଢୀ, ଜ୍ଞାନେନ୍ଦ୍ର ନାରାୟଣ ପାଢୀ, ଶୈଳେନ୍ଦ୍ର, ଅମର, ଜୁମର, କ୍ଷେତ୍ରବାସୀ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗିତା କରିଥିଲେ। ସ୍ୱର୍ଗତ ଆତ୍ମାର ପୂତ୍ରବଧୁ ବୀଣାପାଣି, ତିଳୋତମା, ସରୋଜିନୀ, ସ୍ନେହଲତା, ଶୈଳବାଳା, ଗୀତା, ସୁଜାତା, ତାଙ୍କର କନ୍ୟା - କୁନା, ଚାରୁ, କୁଂଜ, ବନ, ରଂଜୁ, ମାଳତୀ, ପୁନିଆ, ଛବି, ମଂଜୁ ଓ ତାଙ୍କର ଜ୍ୱାଇଁ ଡାକ୍ତର ଶିବନାରାୟଣ ପଣ୍ଡା ଓ ରବୀନ୍ଦ୍ର କର ସହଯୋଗ କରିଥିଲେ। ଉକ୍ତ ଉତ୍ସବରେ ପ୍ରତିଭାବାନ ବାଳକ ଶ୍ରୀମାନ ଦିଗମ୍ବର ଦଳେଇ ଓ ପ୍ରତିଭାବାନ ବାଳିକା ସୁଶ୍ରୀ ଚିନ୍ମୟୀ ଦଳେଇଙ୍କୁ ପୁରସ୍କୃତ କଲାବେଳେ ତାଙ୍କର ପ୍ରଧାନ ଶିକ୍ଷୟିତ୍ରୀ କମଳିନୀ ବେଜ ସହଯୋଗ କରିଥିଲେ। ଏହି ସଭାରେ ୩୫ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ମାନପତ୍ର ସହ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande