ଫୁଲବାଣୀ ପୌରପରିଷଦ ପକ୍ଷରୁ ନିଖିଳ ଭାରତ ଶାୟତ ଶାସନ ଦିବସ ପାଳନ
Self Governance Day Celebration by Phulbani Municipality
ଫୋଟ


କନ୍ଧମାଳ , ୧ ସେପ୍େଟମ୍ବର (ହି.ସ.)- ଫୁଲବାଣୀ ପୌର ପରିଷଦ ପାଳନ କରିଛି ନିଖିଳ ଭାରତ ଶାୟତ ଶାସନ ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଭାବେ କନ୍ଧମାଳ ଜିଲ୍ଲକ୍ଷପାଳ ବେଦ ଭୂଷଣ ଯୋଗ ଦେଇ, କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ପାୟଲ ବେହେରା,ଅତିରିକ୍ତ ଜିଲ୍ଲକ୍ଷପାଳ କୁଶଳ ଚନ୍ଦ୍ର ନାୟକ,ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ, ତଥା ମୁଖ୍‌ଯ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର,କନ୍ଧମାଳ ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ , ଭାଜପା କେନ୍ଦ୍ରୀୟ ପରିଷଦ ସଦସ୍ୟ ସଞ୍ଜିତ କୁମାର ମଣ୍ଡଳ ପ୍ରମୁଖ ମଂଚାସିନ ଥିଲେ । ମଂଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ,ପୁଷ୍ପ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକୁ ଆଗେଇ ନେଇଥିଲେ। ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ସଭାପତୀତ୍ୱ କରିବା ସହିତ ବାର୍ଷିକ ବିବରଣୀ ପାଠ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୋଟି କୋଟି ଟଙ୍କାର ଆର୍ôଥକ ସହାୟତା ଦେଇଥିବା ସମ୍ବନ୍ଧେ ସମ୍ୟକ ସୂଚନା ଦେଇଥିଲେ।ପୌର ପରିଷଦରେ କଣ କଣ କାର୍ଯ୍ୟ ହେବ ଏହାପାଇଁ କେତେ ଟଙ୍କା ଆସିଛି ଜନସାଧରଣଙ୍କୁ କଣ କଣ ସୁବିଧା ଦେବ ଏହାରି ଉପରେ ମଧ୍ୟ୍ୟ ତଥ୍ୟ ପ୍ରକାଶ କରିଥିଲେ କ୍ଷ ୨୦୦୮ ବର୍ଷ ଠାରୁ ଫୁଲବାଣୀ ପୌରପରିଷଦ ଆରମ୍ଭ ହୋଇଛି। ୱାର୍ଡ ୫ର କାଉନସିଲର ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ ପୌର ପରିଷଦର କର୍ତ୍ୱ୍ୟ ଓ ନିୟମ ଉପରେ ଜନ ସାଧାରଣଙ୍କୁ ଉପଦେଷ ଦେଇଥିଲେ । ସେହିପରି ମଂଚାସିନ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ପୌରପରିଷଦକୁ କିପରି ସଫାରଖିବା,ଜନସାଧରଙ୍କ ମୁଖ୍ୟ ଭୂମିକା,କର୍ମଚାରୀଙ୍କ ସେବା ଉପରେ ଗୁରୁତ୍ୱ ରହିଛି।ଏହାକୁ ଠିକ ଭାବରେ ସମ୍ପାଦନା କଲେ ଫୁଲବାଣୀ ପୌରପରିଷଦ ଅତି ସୁନ୍ଦର ହୋଇପାରିବ।ପୌରପରିଷଦ ଅଂଚଳରେ ଗୋରୁ ମାନଙ୍କ ପାଇଁ ଏକ ଗୋଶାଳା ନିର୍ମାଣ ହୋଇଛି।ଏଥିରେ ଗୋରୁମାନଙ୍କୁ ରଖାଯିବ ବୋଲି ପ୍ରକାଶ କରିଥିଲେ।ଫୁଲବାଣୀ ପୌରପରିଷଦ ଅଂଚଳରେ କଣ କଣ କାର୍ଯ୍ୟ ହେବା ପାଇଁ ଯେଉଁସବୁ ହାତକୁ ନେଇଛନ୍ତି ନିର୍ବାହୀ ଅଧିକାରୀ ଏହାରି ଉପରେ ଜିଲ୍ଲାପାଳ ଜନସାଧାରଣ ଙ୍କୁ କହିଥିଲେ।ଏହାପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା କ୍ଷ ଏହି ନିଖିଳ ଶାୟତ ଶାସନ ଦିବସକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜନସାଧାରଣ, କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ବାର୍ତା, ସ୍କିମ,ଯୋଜନା ଉପରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଜଣାଇଥିଲେ।ଶେଷରେ ମଂଚାସିନ ଅତିଥି ମାନଙ୍କୁ ନିର୍ବାହୀ ଅଧିକାରୀ ଧନ୍ୟବାଦ ଜଣାଇଥିଲେ।

--------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande