କେନ୍ଦୁଝର, 1 ସେପ୍ଟେମ୍ବର (ହି.ସ.) ଘସିପୁରା ବ୍ଲକ ରେକୁଟିଆ ସ୍ଥିତ କୁଶଳେଶ୍ବର ଆଞ୍ଚଳିକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷ ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡକ୍ରସ ପରାମର୍ଶଦାତା ମହେଶ୍ବର ପାତ୍ର ମୁଖ୍ୟ ଅତିଥୂ ଭାବେ ଯୋଗ ଦେଇଥିଲେ ।।ଉପସ୍ଥିତ ଅତିଥ୍ ଭବାନୀ ପ୍ରସାଦ ବଳ, ବିଜୟ କୁମାର ସାହୁ, ସୁଧାକର ଜେନା, ସତ୍ୟବ୍ରତ ପତି, ମହେଶ୍ବର ଜେନା, ଦାମୋଦର ମୁଣ୍ଡା, ମିତା ପାତ୍ର, ଗଣେଶ ହେମ୍ବ୍ରମ, ଇଲାବତି ଖୁଣ୍ଟିଆ, ରାଷ୍ଟ୍ର ରଞ୍ଜନ ବାରିକ, ଅମ୍ରିତା ବେହେରା ଆଦି ବକ୍ତାବୃନ୍ଦ ଛାତ୍ରଛାତ୍ରୀଙ୍କୁ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ତାଙ୍କ ମତରେ, ଜଣେ ଭଲ ମଣିଷ ହୋଇ ଉଠିବା ହିଁ ଜୀବନର ସଫଳତାର ସବୁଠାରୁ ବଡ ମାପକାଠି । ପିତାମାତାଙ୍କ ନାମକୁ ଉଜ୍ଜ୍ବଳ କରିବା, ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖୁବା ଏବଂ ଏକ ଆଦର୍ଶ ନାଗରିକ ଭାବରେ ଗଠିତ ହୋଇଉଠିବା ଉପରେ ଆଲୋକପାତ କରାଯାଇଥିଲା। ଏହି ଦିଗଦର୍ଶନ କେବଳ ଶିକ୍ଷାକୁ ନେଇ ନଥୁଲା, ବରଂ ଜୀବନକୁ କିପରି ସମୃଦ୍ଧ ଓ ସାର୍ଥକ କରାଯାଇପାରିବ, ତାହାର ଏକ ପରିପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରି ଦେଇଥିଲା।ଦ୍ବିତୀୟାଦ୍ଧରେ ମନୋରଞ୍ଜନପୂର୍ଣ୍ଣ ସାଂସ୍କୃତିକ ରଖାଯାଇଥିଲା । ରାଜଲକ୍ଷ୍ମୀ ରାଉତ୍, ଜ୍ୟୋତିର୍ମୟୀ ମହାରଣା, ମାମୁନି ଦାସ, ବର୍ଷା ଜେନା, ଶିବାନୀ ସେଠୀ, ଜସ୍ମିନ ସେଠୀ, ଶ୍ରୀକାନ୍ତ କୁମାର ସାହୁ, ତ୍ରିଲୋଚନ ରାଉତ୍, ତୋଫାନ ପୃଷ୍ଟି, ଦେବାଶିଷ କର ଆଦି ସ୍ବେଚ୍ଛାସେବୀମାନଙ୍କର ଅବିଶ୍ରାନ୍ତ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇପାରିଥିଲା। ଶେଷରେ ମହିଳା କାଉନସିଲର ଅଳକା ପାଢ଼ୀ ଧନ୍ୟବାଦ ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA