ଦାବି ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବେ ଆଶାକର୍ମୀ
କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ତରଫରୁ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ହେଲା ଅଶାକର୍ମୀମାନେ କରୋନା ମହାମାରୀ, ବାତ୍ୟା, ବନ୍ୟା ପ୍ରଭୃତି ସମୟରେ ନିଜ ଜୀବନକୁ ବିପନ୍ନ କରି ସରକାରଙ୍କ ନିର୍
ଦାବି ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବେ ଆଶାକର୍ମୀ


କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ତରଫରୁ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ହେଲା ଅଶାକର୍ମୀମାନେ କରୋନା ମହାମାରୀ, ବାତ୍ୟା, ବନ୍ୟା ପ୍ରଭୃତି ସମୟରେ ନିଜ ଜୀବନକୁ ବିପନ୍ନ କରି ସରକାରଙ୍କ ନିର୍ଦ୍ଦେଶକୁ ମାନି ଜନ ସାଧାରଣଙ୍କ ସେବା କରି ଆସୁଛନ୍ତି। କିନ୍ତୁ ଦୀର୍ଘ ବର୍ଷ ହେଲା ସରକାର ତାଙ୍କର କୌଣସି ନାର୍ଯ୍ୟ ଦାବିଗୁଡ଼ିକୁ କର୍ଣ୍ଣପାତ କରୁ ନାହାଁନ୍ତି। ଏନେଇ ଆଶାକର୍ମୀ ସଂଘ ପକ୍ଷରୁ ମାସର ପ୍ରଥମ ସପ୍ତାହରେ ନିଶ୍ଚିତ ଭତା ୭ ହହାର ଟଙ୍କା ସହିତ ଅନ୍ୟ ପ୍ରୋତ୍ସାହନ ରାଶିର ପାରିଶ୍ରମିକ ମିଶାଇ ସେକ୍ଟର ମିଟିଂରେ ପ୍ରାପ୍ୟ ସଂପର୍କରେ ଆଶାକର୍ମୀଙ୍କୁ ଅବଗତ କରାଯାଉ। ଆଶାକର୍ମୀଙ୍କ ପାରିଶ୍ରମିକକୁ କାଟ ଛାଟ କରିବା, ଖରାପ ବ୍ୟବହାର କରିବା ବନ୍ଦ କରାଯାଉ। କାର୍ଯ୍ୟରତ ଥିବାବେଳେ ଆଶାକର୍ମୀଙ୍କର ମୃତ୍ୟୁ ଘଟିଲେ ସେମାନଙ୍କୁ ୫ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବା ସହିତ ତାଙ୍କ ପରିବାରର ଜଣକୁ ଚାକିରୀ ଦିଆଯାଉ। ଏହି ଦାବିପତ୍ର ପ୍ରଦାନ ସମୟରେ ଅମ୍ବିକାବାଳା ନାଥ, ହାସିନା ଖାତୁନ, ନିଳିମା ଦାସ, ରିଜୁୟାନା ବିବି, ଦିଲଜାନା ଖାନାମ, ସାଗରିକା ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande