ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ସରକାର- ଅଶୋକ ଚନ୍ଦ୍ର ପଣ୍ଡା
ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ସରକାର ବୋଲି ଦାବି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା । ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଆ ଅସ୍ମିତା ନେଇ
ଓଡ଼ିଆ ଅସ୍ମିତା ରକ୍ଷା ପାଇଁ     ପଦକ୍ଷେପ ନିଅନ୍ତୁ ସରକାର- ଅଶୋକ ଚନ୍ଦ୍ର ପଣ୍ଡା


ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଓଡ଼ିଆ ଅସ୍ମିତା

ରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ସରକାର ବୋଲି ଦାବି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି

ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ।

ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି

ଯେ, କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଆ ଅସ୍ମିତା ନେଇ ମୋହନ ମାଝୀ ବହୁତ ଡିଣ୍ଡିମ ପିଟୁଥିଲେ ।

ଓଡ଼ିଆ ଅସ୍ମିତା ସହ ଜଡିତ ଅତିବଡ଼ି ଜଗନ୍ନାଥ ଦାସ । ସେ ଓଡ଼ିଆ ଭାଗବତ ରଚନା କରିଥିଲେ । ସେ

ବ୍ରହ୍ମଗିରିର କପିଳେଶ୍ଵରରେ ଜନ୍ମଗ୍ରହଣ କରିଥିଲେ । ଏହି ଗାଁରେ ତୋରଣ ଓ ବ୍ୟାଖ୍ୟାନ କେନ୍ଦ୍ର

କରିବାକୁ ନବୀନ ପଟ୍ଟନାୟକ ସରକାର ନିଷ୍ପତ୍ତି ନେଇଥିଲେ । ତାଙ୍କ ସାଧନା ପୀଠ ସାତଲହଡି ମଠ

ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ଏହାର ପୁନରଉଦ୍ଧାର ପାଇଁ ନବୀନ ପଟ୍ଟନାୟକ 50 ହଜାର ଟଙ୍କା

ଦେଇଥିଲା । ଆଜି ଏହି ମଠକୁ ଦେଖିଲେ ପ୍ରତି ଓଡ଼ିଆଙ୍କ ମନକୁ ଆଘାତ ଲାଗୁଛି । ଯେଉଁ

ବରପୁତ୍ରମାନେ ଓଡ଼ିଆ ଆଧ୍ୟାତ୍ମିକ କ୍ଷେତ୍ରକୁ ଆଗେଇଛନ୍ତି, ତାଙ୍କ ସାଧନା ପୀଠକୁ ଅବହେଳା କଲେ, ତାହାଲେ ନିଜକୁ

ଦକ୍ଷ କହୁଥିବା ସରକାର କେତେ ଦକ୍ଷ ଏଥିରୁ ଜଣାଯାଉଛି । ଇତିହାସ ତାଙ୍କୁ ପ୍ରଶ୍ନ କରିବ ।ସେହିପରି

ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ନାଁରେ ଥିବା ବିଜେବିକଲେଜରେ ଅଡିଟୋରିଅମ

କରିବାକୁ ନବୀନ ପଟ୍ଟନାୟକ ସରକାର ପ୍ରସ୍ତାବ ଆଣିଥିଲେ । ପୂର୍ବତନ ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ

ପାତ୍ର, ଉଚ୍ଚଶିକ୍ଷା ବିଭାଗ

ଓ ମୋ ବିଧାୟକ ପାଣ୍ଠିରୁ ସମୁଦାୟ 25 କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଦୁର୍ଭାଗ୍ୟଜନକ କଥା ଯେ ଏ ଯାଏଁ

ରୂପରେଖ ନେଲାନି । ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ବି ବିଜେବି ଛାତ୍ର । ସେ

ପ୍ରତିଶୃତି ଦେଇଥିଲେ କାମ କରିବାକୁ । ହେଲେ ସେ ଏ ଯାଏଁ କଲେନି । ଦାବି ହେଉଛି ସାତଲହଡି ମଠ

ପୁନରଉଦ୍ଧାର ଓ ବିଜେବି ଅଡିଟୋରିଅମ କରନ୍ତୁ । ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ସରକାର

ବୋଲି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande