ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ନୂଆ ଭୁବନେଶ୍ୱର
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ନେଇ ବଢିଛି ଉତ୍କଣ୍ଠା। 800 ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପଟଣା ଭଳି
ଅଞ୍ଚଳକୁ ନେଇ ନୂଆ ସହର ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି
। ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଂଗ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି । ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ଏହାର
ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି। ନୂଆ
ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟୀକ ପ୍ରତିଷ୍ଠାନ, ପେଡେଷ୍ଟ୍ରିୟାନଙ୍କ ପାଇଁ ଚାଲିବା ବ୍ୟବସ୍ଥା, ଓପନ ସ୍ପେସ, ଅର୍ଥନୀତିକ
ଆକ୍ଟିଭିଟି ରହିବା ସହ ନନ ପୋଲ୍ଲୁଟିଙ୍ଗ ହବ ରହିବା ନେଇ ବ୍ୟବସ୍ଥା ହୋଇଛି । ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ
ଦିଆଯିବ। ଏହାର ଡିପିଆର ସିଙ୍ଗାପୁର ସରକାର ବନାଉଥିବା ବେଳେ, ଆବଶ୍ୟକ ଅର୍ଥ ମଧ୍ୟରେ ସେମାନଙ୍କୁ ଦିଆଯାଇଛି । ଆସନ୍ତା ଏକ ମାସରୁ
ଦୁଇ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର। ସହର ବୃଦ୍ଧି ସହ ସହରକୁ
ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛୁ ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା