ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଂଘର ବୈଠକ
ଧର୍ମଶାଳା, ୧ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଉଳୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଦେଉଳୀ ସ୍ଥିତ ମା ଶାରଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍କୁଲର ବହୁ ଅଭିଭାବକ ମାନେ ଉପସ୍ଥିତ ରହି ତାଙ୍କର ବହୁମୂଲ୍ୟ ମତାମତ
ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଂଘର ବୈଠକ


ଧର୍ମଶାଳା, ୧ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଉଳୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଦେଉଳୀ ସ୍ଥିତ ମା ଶାରଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍କୁଲର ବହୁ ଅଭିଭାବକ ମାନେ ଉପସ୍ଥିତ ରହି ତାଙ୍କର ବହୁମୂଲ୍ୟ ମତାମତ ଦେଇଥିଲେ । ବିଦ୍ୟାଳୟ ଶୃଙ୍ଖଳା,ନିୟମିତ ଭାବରେ ଶିକ୍ଷକ ମାନେ ପାଠ ପଢ଼ାଇବା , ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପାଖା ପାଖି ସମୟରେ ପ୍ରକଳ୍ପ କାର୍ଯ୍ୟ ନଦେବା , ଅଭିଭାବକ ମାନଙ୍କୁ ଉତମ ବ୍ୟବହାର କରିବା , ନିୟମିତ ଅଭିଭାବକ ଓ ଶିକ୍ଷକ ବୈଠକ, ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ପରୀକ୍ଷା ଖାତା ଯାଞ୍ଚ କରିବା,ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟା ବୁଝି ଗୁରୁତ୍ୱର ସହିତ ସମାଧାନ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସମସ୍ତ ଅଭିଭାବକ ମାନଙ୍କୁ ଯୋଡିକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆଗାମୀ ବୈଠକ ପରେ ସମସ୍ତ ପ୍ରସ୍ତାବକୁ ନେଇ ଅଭିଭାବକ ମାନେ ସ୍କୁଲ କର୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବ । ଏହି ବୈଠକରେ ଆର୍ତର୍ବନ୍ଧୁ ଖିଲାର,ସୁଧାକର ସେଠୀ,କେଶବ ଚନ୍ଦ୍ର ଖିଲାର, ସତ୍ୟନାରାୟଣ ମଲ୍ଲିକ, ପ୍ରତାପ କୁମାର ପ୍ରଧାନ ,ପ୍ରଦୀପ କୁମାର ସେଠୀ ,ସଂଗ୍ରାମ କେଶରୀ ପାଳ, ବିରୁପାକ୍ଷ କର,ପ୍ରବୋଧ କୁମାର ପାତ୍ର, ଜଗଦୀଶ ବରାଳ,ଅକ୍ଷୟ କୁମାର ବାରିକ ,ପ୍ରଦୀପ ଚନ୍ଦ୍ର ସାହୁ, ସିଲା ପ୍ରଭା ସାହୁ , ସୁଶାନ୍ତ କୁମାର ବେହେରା,ଲମ୍ବୋଦର ନାୟକ ,ଦୀପକ କୁମାର ମହାନ୍ତି ,ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅଭିଭାବକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande