ଧର୍ମଶାଳା ବିଧାୟକଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଉତ୍ସବ
ଧର୍ମଶାଳା, ୧ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ଅଂଚଳରେ ଆଜି ବିଧାୟକଙ୍କ ଦ୍ୱାରା ପ୍ରକଳ୍ପଗୁଡିକର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଆଜି ପୁର୍ବାହ୍ନରେ ବିଧାୟକ ହିମାଂଶୁ ଶେଖହର ସାହୁ ଅରେଇକଣା ଠାରେ ପହଁଚି ପୂର୍ତ ବିଭାଗ ପକ୍ଷରୁ ହେବାକୁ ଥିବା ବଲିଚନ୍ଦ୍ରପୁର- ବରୁହା
ଧର୍ମଶାଳା ବିଧାୟକଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ  ଉତ୍ସବ


ଧର୍ମଶାଳା, ୧ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ଅଂଚଳରେ ଆଜି ବିଧାୟକଙ୍କ ଦ୍ୱାରା ପ୍ରକଳ୍ପଗୁଡିକର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଆଜି ପୁର୍ବାହ୍ନରେ ବିଧାୟକ ହିମାଂଶୁ ଶେଖହର ସାହୁ ଅରେଇକଣା ଠାରେ ପହଁଚି ପୂର୍ତ ବିଭାଗ ପକ୍ଷରୁ ହେବାକୁ ଥିବା ବଲିଚନ୍ଦ୍ରପୁର- ବରୁହାଁ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ପରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିବା ସୁନାରୀ ଠାରୁ ଷଣ୍ଢପୁର ପର୍ଯ୍ୟନ୍ତ ନୂତନ ରାସ୍ତାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଜାରକା ଜଳସେଚନ ବିଭାଗ ପକ୍ଷରୁ ୧୪ନଂ ହାଇଲେବୁଲ କେନାଲର ଦୀର୍ଘ ୩.୫ କିଲୋମିଟର ପର୍ଯ୍ୟନ୍ତ କେନାଲର ପୁନରଉଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ସେଠାରେ ଜାରକା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସ ଓ ସହକାରୀ ନିର୍ବାହୀଯନ୍ତ୍ରୀ ସବ୍ୟସଚିନ ବିଶ୍ୱାଳ ପ୍ରମୁଖ ପସ୍ଥିତ ରହି କାଯ୭୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଜାରକା ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେବାକୁଥିବା ବ୍ଲକ ଶିକ୍ଷାଧିକାରୀଙ୍କ ନୁତନ ଗୃହର ଶିଳାନ୍ୟସ କରିଥିଲେ । ତେବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆଗକୁ ଉନ୍ନତିକରଣ ଓ ନୂତନ ପ୍ରକଳ୍ପର କାର୍ଯ୍ୟଗୁଡିକ ଦୃତ ଗତିରେ ଆଗେଇ ଚାଲିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande