ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି
ଧର୍ମଶାଳା, ୧ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ୨୫ ଅଗଷ୍ଟ ରହିଥିବା ବେଳେ ପରବର୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୩୦ ତାରିଖ କରାଯାଇଥିଲା । ତେବେ ଏହି ସମୟ ମଧ୍ୟରେ ଅ
ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି


ଧର୍ମଶାଳା, ୧ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ୨୫ ଅଗଷ୍ଟ ରହିଥିବା ବେଳେ ପରବର୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୩୦ ତାରିଖ କରାଯାଇଥିଲା । ତେବେ ଏହି ସମୟ ମଧ୍ୟରେ ଅନେକ ସାମ୍ବାଦିକ ଆବଶ୍ୟକ ନିଜର କାଗଜପତ୍ର ଯୋଗାଡ କରିପାରି ନଥିବାରୁ ସ୍ୱାସ୍ଥ୍ୟବିମା ଆବେଦନରୁ ବଂଚିତ ହୋଇଥିଲେ । ଯାହାକୁ ନେଇ ଏହି ସମୟସୀମା ବୃଦ୍ଧି କରିବାକୁ ସାମ୍ବାଦିକମାନଙ୍କ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍େଟମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ ଯେ ଇଚ୍ଛୁକ ସାମ୍ବାଦିକମାନେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମୟ ଓ ତାରିଖ ୨୫/୮ ରୁ ୩୦/୮ ଏବଂ ସେପ୍ଟେମ୍ବର ୧ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ମାନେ କୃତଜ୍ଞତା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande