ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି
ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍
ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି


ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଥିଲା । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି। ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ସୂଚନାଯୋଗ୍ୟ ଯେ ଇଚ୍ଛୁକ ସାମ୍ବାଦିକମାନେ ଡବ୍ଲୁଡବ୍ଲୁଡବ୍ଲୁ.ଓଡବ୍ଲୁଜେଡବ୍ଲୁଏସ୍‌.ଓଡ଼ିଶା.ଜିଓଭି.ଇନ୍ ରେ ଆବେଦନ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande