ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଲୋଇସିଂହାଙ୍କୁ
ଏନଏସି ମାନ୍ୟତା ମିଳିବା ପରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ମିଳିବା ପରେ ଅଞ୍ଚଳବାସୀଙ୍କ ସହ ମିଶି ନଗର
ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଧନ୍ୟବାଦ ଜଣାଇଲି। ଡବଲ ଇଞ୍ଜିନ ସରକାରରେ
ଲୋଇସିଂହାବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ଲୋକଙ୍କ ସରକାରରେ ସାକାର ହୋଇଛି। ନିର୍ବାଚନ ବେଳେ
ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ବାସ୍ତବ ରୂପ ନେଉଛି।
ଲୋଇସିଂହାକୁ ଏନଏସିର
ମାନ୍ୟତା ମିଳିବା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ। ଏହି ଐତିହାସିକ ନିଷ୍ପତ୍ତି ପାଇଁ ଦେଶର
ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ
ଚରଣ ମାଝୀଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି।ଏହି ଅବସରରେ ବୁର୍ଡା ସରପଞ୍ଚ ଶ୍ରୀ ସୁଦିପ କୁମାର ସା,
ଲୋଇସିଂହା ସରପଞ୍ଚ ଶ୍ରୀ ନବ କିଶୋର ନାଏକ,
ବୁର୍ଡାର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରହଲ୍ଲାଦ ସାହୁ,
ଲୋଇସିଂହା ନାଗରିକ କମିଟିର ସମ୍ପାଦକ ଶ୍ରୀ ପ୍ରଶାନ୍ତ
ବେହେରା, ବିଜେପିର ବରିଷ୍ଠ
କାର୍ଯ୍ୟକର୍ତ୍ତା ଭୂତନାଥ ନାଏକ, ଶଙ୍କର ସାହୁ, ପ୍ରଶାନ୍ତ ସାହୁ,
ନୀରଜ କୁମାର ନାଗ, ଭୁବନେଶ୍ବର ଧରୁଆ, ବୁର୍ଡା ଏବଂ
ଲୋଇସିଂହା ପଞ୍ଚାୟତର ବହୁ ସଂଖ୍ୟକ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା