ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ଦୂର୍ଗା ପୂଜା ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ପୋଲିସ କମିଶନର ସୁରେଶ ଦେବଦତ ସିଂ କହିଛନ୍ତି ପୂଜା ବେଳେ ସେଫଟି କୁ ଗୁରୁତ୍ୱ ଦିଆଯିବ। ମହିଳା ସୁରକ୍ଷା ଓ ଟ୍ରାଫିକକୁ ଅଧିକ ଗୁରୁତ୍ୱ ଦିଆଯିବ। ଫାୟାର ସେଫଟି ଓ ବିଦ୍ୟୁତ ସେଫଟି ପାଇଁ ଆୟୋଜକ ବିଭାଗ ଠାରୁ ଅନୁମତି ଆଣିବେ।ପ୍ରତି ପେଣ୍ଡାଲରେ ଏମେର୍ଜେନ୍ସି ଏକ୍ସଜିଟ ବ୍ୟବସ୍ଥା ରହିବ।
ସିସିଟିଭି ଲଗାଇବାକୁ ପୂଜା କମିଟିକୁ କୁହାଯାଇଛି। ଭସାଣିରେ ଡିଜେ ବାଜିବନି। ସେହିପରି ଏୟାର ପୋର୍ଟ ଅଂଚଳରେ ଭସାଣି ବେଳେ ଲାଇଟ ଲଗାଇବା ନେଇ କଟକଣା ଜାରି କରାଯାଇଛି। ପୂଜା ଓ ଭସାଣି ବେଳେ ଅପସଂସ୍କୃତି ନ ରହିବା ନେଇ ପୂଜା କମିଟି ରାଜି ହୋଇଛନ୍ତି। ପୂଜା ବେଳେ ଅପରାଧୀଙ୍କ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ପୋଲିସ କମିଶନର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା