ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ôଥକ ବର୍ଷର (ଏପ୍ରିଲ୍ ରୁ ଅଗଷ୍ଟ ୨୦୨୫) ପ୍ରଥମ ପାଂଚମାସିକ ଅବଧିରେ ଭାରତୀୟ ରେଳବାଇର ସର୍ବାଧିକ ଦ୍ରୁତ ପଣ୍ୟ ବୋଝେଇ ଓ ଅପସାରଣ କ୍ଷମତା ପ୍ରଦର୍ଶନ କରି ବଡ଼ ଉପଲବ୍ଧି ଅର୍ଜନ କରିଛି ।
ଏହି ଅବଧିରେ ରେଳମଣ୍ଡଳ ୧୩୨.୧୭ ନିୟୁତ ଟନ୍ ମାନ୍ୟ ବୋଝେଇ ଓ ଅପସାରଣ କରିଛି, ଯାହା ୨୦୨୪-୨୫ ଆର୍ôଥକ ବର୍ଷର ସମାନ ଅବଧିରେ ହୋଇଥିବା ୧୨୪.୩୦ ନିୟୁତ ଟନ୍ ଠାରୁ ଅଧିକ। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ୭୨.୩୪ ନିୟୁତ ଟନ୍ ମାନ୍ୟ ବୋଝେଇ (୨୦୨୪ ର ୬୬.୫୦ ନିୟୁତ ଟନ୍ ଠାରୁ ୯% ବୃଦ୍ଧି), ୫୯.୮୩ ନିୟୁତ ଟନ୍ ପଣ୍ୟ ଅପସାରଣ (୨୦୨୪ ର ୫୭.୮୦ ମିଲିୟନ୍ ଟନ୍ , ଯାହା ଏହି ରେଳମଣ୍ଡଳର କାର୍ଯ୍ୟଦକ୍ଷତା ଓ ସମ୍ପଦ ଉପଯୋଗରେ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ପଷ୍ଟ କରିଛି ।
ଅଗଷ୍ଟ ୨୦୨୫ ମାସରେ ୧୫.୦୩ ନିୟୁତ ଟନ୍ ପଣ୍ୟ ବୋଝେଇ (୨୦୨୪ ର ୧୩.୧୯ ନିୟୁତ ଟନ୍ ଠାରୁ ୧୩% ବୃଦ୍ଧି) ହୋଇଥିବା ବେଳେ ୧୧.୩୬ ନିୟୁତ ଟନ୍ (୨୦୨୪ ର ୧୧.୧୫ ନିୟୁତ ଟନ୍ ଠାରୁ ୧.୮୮% ବୃଦ୍ଧି) ପଣ୍ୟ ଅପସାରଣ ଏବଂ ରେକ୍ ଉପଯୋଗ: ୪,୦୨୭ (୨୦୨୪ ର ୩,୬୪୬ ଠାରୁ ୧୦% ବୃଦ୍ଧି) ହୋଇଛି। ଏହି କ୍ରମାଗତ ବୃଦ୍ଧି ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର କର୍ମଚାରୀମାନେ, ଗ୍ରାହକ, ଭାଗିଦାରୀ ଓ ପୂର୍ବତଟ ରେଳପଥ ଜୋନ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ନିଜର ପଣ୍ୟ ସାମଗ୍ରୀ ପରିବହନ କ୍ଷେତ୍ରରେ ଅଭିନବ ମାନଦଣ୍ଡ ସ୍ଥାପନ କରୁଛି, ଯାହା ଭାରତର ଲଜିଷ୍ଟିକ୍ସ ଢଂଚାକୁ ଶକ୍ତି ଦେଉଛି ଓ ଦେଶର ଆର୍ôଥକ ବୃଦ୍ଧିକୁ ସହାୟକ ହୋଇପାରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା