ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ ୧୨୮୯୨/୧୨୮୯୧ ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି। ସଂଶୋଧିତ ଟ୍ରେନ୍ କୋଚ୍ ସଂଖ୍ୟା ବୃଦ୍ଧି ୧ ସେପ୍େଟମ୍ବର ରୁ ପୁରୀରୁ ଏବଂ ୨ ସେପ୍େଟମ୍ବରରୁ ବାଙ୍ଗିରିପୋସିରୁ କାର୍ଯ୍ୟକାରୀ ହେବ, ଟ୍ରେନର ସଂଶୋଧିତ ସାରାଂଚନା ଦ୍ୱାରା ଅଧିକ ଆସନ କ୍ଷମତା ବୃଦ୍ଧି ପାଇବା ସହିତ ଆରାମଦାୟକ ଯାତ୍ରା ପ୍ରଦାନ କରିବ। ପୂର୍ବ ତଟ ରେଳପଥର ଏହି ପଦକ୍ଷେପ ପୁରୀ-ବାଙ୍ଗିରିପୋଷି ରୁଟରେ ଅଧିକ ଆରାମଦାୟକ ଯାତ୍ରା ଏବଂ ଅଧିକ ଆସନ ବ୍ୟବସ୍ଥା ପ୍ରଦାନ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା