ବିଳାସପୁର ଡିଭିଜନରେ ସୁରକ୍ଷା କାର୍ଯ୍ୟ ହେତୁ ଟ୍ରେନ୍ ସମୟରେ ପରିବର୍ତନ
ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ବିଳାସପୁର ଡିଭିଜନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ, ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ କିଛି ଚୟନିତ ଟ୍ରେନଗୁଡ଼ିକର ସମୟସୂଚୀରେ ପୁନଃ ନିର୍ଦ୍ଧାରିତ କରାଯାଇଛି। ଟ୍ରେନ ନମ୍ବର ୧୮୪୭୭ ପୁରୀ-
ବିଳାସପୁର ଡିଭିଜନରେ ସୁରକ୍ଷା କାର୍ଯ୍ୟ ହେତୁ ଟ୍ରେନ୍ ସମୟରେ ପରିବର୍ତନ


ଭୁବନେଶ୍ୱର,୦୧ ସେପ୍ଟେମ୍ବର (ହି.ସ)- ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ବିଳାସପୁର ଡିଭିଜନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ, ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ କିଛି ଚୟନିତ ଟ୍ରେନଗୁଡ଼ିକର ସମୟସୂଚୀରେ ପୁନଃ ନିର୍ଦ୍ଧାରିତ କରାଯାଇଛି।

ଟ୍ରେନ ନମ୍ବର ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ୨ ସେପ୍େଟମ୍ବର ୨୦୨୫ରେ ଯାହା ପୁରୀରୁ ୨୦.୪୫ ଘଂଟାରେ ଛାଡିବାର ଥିଲା ଏହା ୦୨ ଘଂଟା ପୁନଃ ନିର୍ଦ୍ଧାରଣ କରାଯାଇ ୨୨.୪୫ ଘଂଟାରେ ଛାଡିବ।

ସେହିଭଳି, ଟ୍ରେନ ନମ୍ବର ୨୦୪୭୨ ପୁରୀ- ଶ୍ରୀ ଗଙ୍ଗାନଗର ଜଙ୍କସନ ସୁପର-ଫାଷ୍ଟ ଏକ୍ସପ୍ରେସକୁ ୩ ସେପ୍ଟେମ୍ବର ୨୦୨୫ରେ ଯାହା ପୁରୀରୁ ୦୬.୩୫ ଘଂଟାରେ ଛାଡିବାର ଥିଲା ଏହା ୦୩ ଘଂଟା ୩୦ ମିନିଟ୍ ପୁନଃ ନିର୍ଦ୍ଧାରଣ କରାଯାଇ ୧୦.୦୫ ଘଂଟାରେ ଛାଡିବ।ଯାତ୍ରୀମାନଙ୍କୁ ଏହି ପରିବର୍ତନଗୁଡ଼ିକୁ ଧ୍ୟାନ ଦେବାକୁ ଏବଂ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande