ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଅରଣ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରୁଛନ୍ତି ବନ ବିଭାଗ ଅସ୍ଥାୟୀ
କର୍ମଚାରୀ । ୭ ଦଫା ଦାବି ନେଇ ଆନ୍ଦୋଳନ କରୁଛି ସଂଘ । ଆଉଟ ସୋର୍ସିଂରେ ୭୦୦୦ କର୍ମଚାରୀ
ପାଖାପାଖି ବିଭାଗ ଅଧୀନରେ କାମ କରୁଛନ୍ତି ।
ସଂଘ କହିଛି ଯେ ଥାର୍ଡ ପାର୍ଟି ଦ୍ୱାରା ଆମେ କରୁଛୁ, କିନ୍ତୁ ବେତନ ଠିକ୍
ଭାବେ ମିଳିନାହିଁ । ପ୍ରତିଦିନ କାମ କରୁଛୁ
ବିଭାଗ ପାଇଁ, ପ୍ରତିଦିନ ଜଙ୍ଗଲରେ
କାମ କରୁଛୁ ଜୀବନକୁ ବାଜି ଲଗାଇ, କିନ୍ତୁ ସେହି ଅନୁସାରେ ସୁବିଧା ମିଳି ପାରୁନାହିଁ । ପ୍ରତିଦିନ ୧୨
ରୁ ୧୫ ଘଁଟା କାମ କଲେ ମଧ୍ୟ ଦିନ ମଜୁରିଆ ଠୁ ଦରମା କମ ମିଳୁଛି । କାଠ ମାଫିଆ, ପଶୁ ଶିକାରୀ, ହାତୀ, ବାଘ, ଭାଲୁ ବା ଅନ୍ୟ ଜୀବ
ଜନ୍ତୁଙ୍କ ଦ୍ୱାରା ମୃତ୍ୟୁ ହେଲେ କୌଣସି ସ୍ୱତନ୍ତ୍ର
ସହାୟତା ମଧ୍ୟ ନଥିବା କହିଛନ୍ତି । ତେଣୁ ବରମ୍ବାର ବିଭାଗୀୟ ମୁଖ୍ୟ ଓ ମନ୍ତ୍ରୀଙ୍କ ସହ
ଆଲୋଚନା କରିଥିଲେ ମଧ୍ୟ କୌଣସି ସହାୟତା ମିଳିନାହିଁ, କିମ୍ବା ପ୍ରତିଶ୍ରୁତି ମିଳିନାହିଁ । ଯାହା ଫଳରେ ଆଜିଠୁ ଅନିର୍ଦିଷ୍ଟ
କାଳ ପର୍ଯ୍ୟନ୍ତ କାମ ବନ୍ଦ ଓ ଆନ୍ଦୋଳନ ଡାକରା ଦେଇଛି ସଂଘ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା