ଧର୍ମଶାଳା, ୧ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ବ୍ରହ୍ମବରଦା ଥାନ ଅଧିନସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ଜଣେ ଅଜଣା ବ୍ୟକ୍ତିର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଏହି ଥାନା ଅନ୍ତର୍ଗତ ନୂଆକୂଳ ଗ୍ରାମ ନଦୀ ଛନ୍ଦାରୁ । ଗତ କିଛିଦିନ ହେବ ନଦୀ କୂଳରେ ଦୁର୍ଗନ୍ଧ ବାହାରି ଥିଲା । ତେବେ ଆଜି ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ନଦୀ କୂଳରେ ଶୋଇଥିବା ଏକ ବାଉଁଶ ଗଛରେ ଏକ ଅଜଣା ବ୍ୟକ୍ତିର ମୃତଦେହ ଲାଖି ଥିବା ଦେଖିବାକୁ ପାଇଥିଲେ । ଏନେଇ ଲୋକେ ବ୍ରହ୍ମବରଦା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପଂହଚି ମୃତଦେହକୁ ଉଦ୍ଧାର କରିଛି । ଥାନରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି । ତେବେ ଏହି ମୃତଦେହଟି ଜଣେ ପୁରୁଷ ବୋଲି ଜଣାପଡିଛି । ନଦୀରେ କେହି ଶବ ସତ୍କାର କରାଯିବା ପରେ ନଦୀରେ ବଢି ପାଣି ଆଣିବା ଫଳରେ କେଉଁ ଆଡୁ ଭାସିୁ ଆସିଥିବା ଅନୁମାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ