ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର- ଉଷା ପାଢ଼ୀ
ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱରକୁ ଗୋଟିଏ ବିଶ୍ଵସ୍ତରୀୟ ସହର କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିୟାଯାଇଛି। କ୍ଵାଡ଼ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱର, ପୁରୀ, କଟକ, ଏବଂ ପାରାଦ୍ୱୀପକୁ ମିଶାଇ ଏକ ଅର୍ଥନୈତିକ ଜୋନ କରିବା ପାଇଁ ରାଜ୍ୟ ସରକା
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର-     ଉଷା ପାଢ଼ୀ


ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱରକୁ

ଗୋଟିଏ ବିଶ୍ଵସ୍ତରୀୟ ସହର କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିୟାଯାଇଛି। କ୍ଵାଡ଼ ସିଟି

ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱର, ପୁରୀ, କଟକ, ଏବଂ ପାରାଦ୍ୱୀପକୁ ମିଶାଇ ଏକ ଅର୍ଥନୈତିକ ଜୋନ କରିବା ପାଇଁ ରାଜ୍ୟ

ସରକାର ପ୍ଲାନ ରଖିଛନ୍ତି। ସେହିଭଳି ସୁନାବେଡା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଅନ୍ୟ ଏକ ଅର୍ଥନୈତିକ ଜୋନ ହେବ । ତା ବାଦ ଉତ୍ତରରେ

ମଧ୍ୟ ରାଉରକେଲା, କେଉଁଝରର ବଡ଼ବିଲକୁ

ନେଇ ଅନ୍ୟ ଏକ ଅର୍ଥନୈତିକ ଜୋନ କରାଯିବ। ଯେଉଁ ସହରଗୁଡିକ ରାଜ୍ୟର

ଜିଡିପି ପ୍ରମୁଖ ଦାୟିତ୍ୱ ନେଉଛନ୍ତି ସେହି

ସହରମାନଙ୍କୁ ନେଇକି ଅର୍ଥନୀତିକ ଜୋନ ପ୍ରସ୍ତୁତ

ହେଉଛି। କେବଳ ସହରାଞ୍ଚଳ ବୃଦ୍ଧି ନୁହେଁ ବରଂ ରାଜ୍ୟର ଅର୍ଥନୀତିକ କାରବାର ବୃଦ୍ଧି କରିବା

ସରକାରଙ୍କ ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ଏକ ଅନ୍ତରିଣ କମିଟି ଏବଂ ନୀତି ଆୟୋଗର ସମନ୍ୱୟରେ

ଏହି କ୍ଵାଡ଼ ସିଟି ଯୋଜନା ଆଗକୁ ବଢୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande