ବୌଦ୍ଧ ଠାରେ କେନ୍ଦ୍ରୀୟ ମାନକ ବ୍ୟୁରୋ ଦ୍ୱାରା ସଚେତନତା କର୍ମଶାଳା ଆୟୋଜିତ
Boudh, 11 ସେପ୍ଟେମ୍ବର (ହି.ସ.) ବୌଦ୍ଧ ହୋଟେଲ କଳିଙ୍ଗ ଠାରେ କେନ୍ଦ୍ରୀୟ ମାନକ ବ୍ୟୁରୋ ଦ୍ୱାରା ବିଆଇଏସ ହଲମାର୍କ ସୁନା ଓ ରୁପା କାରବାର ସମ୍ପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି l କେନ୍ଦ୍ରୀୟ ମାନକ ବ୍ୟୁରୋ ରାଜ୍ୟ ପ୍ରମୁଖ ତଥା ବରିଷ୍ଠ ନିର୍ଦେଶକ ଅକ୍ଷୟ କୁମାର ପୁରୋହିତଙ୍କ ଅଧ୍ୟକ୍ଷତ
ବୌଦ୍ଧ ଠାରେ କେନ୍ଦ୍ରୀୟ ମାନକ ବ୍ୟୁରୋ ଦ୍ୱାରା ସଚେତନତା କର୍ମଶାଳା ଆୟୋଜିତ


Boudh, 11 ସେପ୍ଟେମ୍ବର (ହି.ସ.) ବୌଦ୍ଧ ହୋଟେଲ କଳିଙ୍ଗ ଠାରେ କେନ୍ଦ୍ରୀୟ ମାନକ ବ୍ୟୁରୋ ଦ୍ୱାରା ବିଆଇଏସ ହଲମାର୍କ ସୁନା ଓ ରୁପା କାରବାର ସମ୍ପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି l କେନ୍ଦ୍ରୀୟ ମାନକ ବ୍ୟୁରୋ ରାଜ୍ୟ ପ୍ରମୁଖ ତଥା ବରିଷ୍ଠ ନିର୍ଦେଶକ ଅକ୍ଷୟ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା l କେନ୍ଦ୍ରୀୟ ମାନକ ବ୍ୟୁରୋ, ଭୁବନେଶ୍ୱର ର ଏଚ.ଏମ.ଆର ଅମିତ କୁମାର ଯୋଗ ଦେଇ ଆଲୋଚନା କରିଥିଲେ | ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କର ବ୍ୟବହାର କରାଯାଇଥାଏ । ସୁନାଗହଣା ଉପରେ କିପରି ବିଆଇଏସ ଦ୍ୱାରା ହଲମାର୍କ ଚିହ୍ନିତ କରାଯାଏ , ୩ଟି ଗ୍ରେଡରେ ୧୪, ୧୮ ଓ ୨୨ କ୍ୟାରେଟ ଯୁକ୍ତ ସୁନା ପାଇଁ ବିଆଇଏସ ହଲମାର୍କ ମାନକ ନିର୍ଦ୍ଧାରଣ କରିଛି । ସୁନା ଦୋକାନୀ କେବଳ ହଲମାର୍କର ସୁନା ଗହଣା ବିକ୍ରି କରନ୍ତି , ବିଆଇଏସ ଲାଇସେନ୍ସ କରାଯିବା, ବିଆଇଏସ ଲାଇସେନ୍ସ ର ସୁଫଳ, ବିନା ବିଆଇଏସ ଲାଇସେନ୍ସ ରେ ବିକ୍ରୟ କଲେ ସୁନା ଦୋକାନୀଙ୍କ ପାଇଁ ରହିଥିବା ଦଣ୍ଡବିଧି ,ସୁନା ଭଳି କିପରି ରୂପାରେ ବି ହଲମାର୍କ ରହିବ ସେନେଇ ସୁନା ଦୋକାନୀମାନଙ୍କୁ ସଚେତନ କରାଯାଇଥିଲା l କର୍ମଶାଳାରେ ପ୍ରଶାନ୍ତ ପତ୍ର , ଜୟ ପତ୍ର , ମହେଶ ପ୍ରସାଦ ଅଗ୍ରୱାଲ, ପୂର୍ଣାନଦ ମେହେର , ରୁପେଶ ସାହୁ , ନଟବର ଅଗ୍ରୱାଲ, ସମ୍ପଦ ଅଗ୍ରୱାଲ, ଯୋଗେଶ ସେଠିଙ୍କ ସମତେ ଜିଲାର ଶତାଧିକ ସୁନା ଦୋକାନୀ ସାମିଲ ହୋଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande