ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ
ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ
ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ


ସମ୍ବଲପୁର, ୧୧ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ମହାବିଦ୍ୟାଳୟର ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ଗୁରୁବାର ଦିନ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ କୁସମୀ ଫାଣ୍ଡି ଅନ୍ତର୍ଗତ ସାନମୁଣ୍ଡଲୋଇ ଗ୍ରାମର ବିନୟ ଜୟପୁରିଆ ଙ୍କ ପୁଅ ରୋହନ ଜୟପୁରିଆ (୧୯) । ଘଟଣାରୁ ପ୍ରକାଶ ଯେ ରୋହନ ଜୟପୁରିଆ କଲେଜ ପାଠ ପଢୁଥିଲେ ମଧ୍ୟ ପାର୍ଟ ଟାଇମ ଗାଡ଼ି ଡ୍ରାଇଭିଂ କରୁଥୁଲେ। ବୁଧବାର ସନ୍ଧ୍ୟାରେ ଝିପିଝିପି ବର୍ଷାରେ ଏକ ଚାରିଚକିଆ ଗାଡ଼ିରେ ଘରକୁ ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିବା ବେଳେ ଦୁର୍ଘଟଣାରେ ଗାଡ଼ିର ଷ୍ଟିୟରିଂ ଛାତିରେ ଚାପି ହୋଇଥିଲା ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ରୋଶନଙ୍କୁ ଡାକ୍ତରଖାନାକୁ ନେବାପାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁସମୀ ଫାଣ୍ଡିରେ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଅଂଚଳରେ ଶୋକର ଲହରୀ ଖେଳି ଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande