ଅବ୍ଯବସ୍ଥିତ ଜମନକିରା ଡାକ୍ତରଖାନାର ସ୍ଥିତି ପରଖିଲେ ଜିଲ୍ଲାପାଳ
ଅବ୍ଯବସ୍ଥିତ ଜମନକିରା ଡାକ୍ତରଖାନାର ସ୍ଥିତି ପରଖିଲେ ଜିଲ୍ଲାପାଳ
ଅବ୍ଯବସ୍ଥିତ ଜମନକିରା ଡାକ୍ତରଖାନାର ସ୍ଥିତି ପରଖିଲେ ଜିଲ୍ଲାପାଳ


ଅବ୍ଯବସ୍ଥିତ ଜମନକିରା ଡାକ୍ତରଖାନାର ସ୍ଥିତି ପରଖିଲେ ଜିଲ୍ଲାପାଳ


ସମ୍ବଲପୁର, ୧୧ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପରିଦର୍ଶନ କରି ଡାକ୍ତରଖାନାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି, ଏଥି ସହିତ ଡାକ୍ତରଖାନାର ସମସ୍ତ ଉନ୍ନତି କରଣ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ ପରିଚାଳନା ଅଧିକାରୀ, ସିଡିଏମଓ, ସ୍ବାସ୍ଥ୍ୟ ବିଭାଗ ଜିଲ୍ଲା ପ୍ରଶାସନିକ ଅଧିକାରୀ, ବିଡ଼ିଓ, ସୂପରିଟେଣ୍ଡାଣ୍ଟ ଏବଂ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ କରିଥଲେ।

ସୂଚନାନୁଯାୟୀ ୧୯୬୦ ମସିହାରେ ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଥିଲା ବେଳେ ଦୀର୍ଘ ୬୫ ବର୍ଷ ଅତିବାହିତ ପରେ ବି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାରମ୍ଭିକ ପୁରୁଣା କୋଠାରେ ବହିର୍ବିଭାଗ କାର୍ଯ୍ୟ ଚାଲୁ ରହିଛି। ଅନେକ ଥର ଏହି କୋଠାକୁ ଧର୍ମକୁ ଆଖିଠାର ମାରିବା ସଦୃଶ୍ୟ

ମରାମତି କରାଯାଉଥିଲେ ମଧ୍ୟ କୋଠାଟି ସଦାସର୍ବଦା ବିପଦ ସଙ୍କୁଳ ଅବସ୍ଥାରେ ରହିଆସିଛି। ଅଳ୍ପ ବର୍ଷା ହେଲେ ପାଣି ଛାତରୁ ଗଲୁଛି। ବିଦ୍ୟୁତ ନଥିବା ବେଳେ ଅନ୍ଧାରରେ ଡାକ୍ତରଖାନାର ସମସ୍ତ କାର୍ଯ୍ୟ କରାଯାଉଛି। ପ୍ରସୂତି କାଳୀନ ଜରୁରୀ ସ୍ଥିତିରେ ଅପରେସନ ମଧ୍ୟ ଅନ୍ଧାରରେ କରାଯାଉଛି। ଅକସ୍ମାତ ଦୁର୍ଘଟଣା ସମୟରେ ଅନ୍ଧାରରେ ଆଶୁ ଚିକିତ୍ସା କରିବା ଡାକ୍ତର ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ନେଇ ବହୁବାର ଗଣମାଧ୍ୟମ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଆସିଛି । ସେହିପରି ସୋଲାର ଲାଇଟ୍ ସିଷ୍ଟମ୍ ସମ୍ପୂର୍ଣ ଅକାମୀ ହେବା ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଔଷଧ ବିତରଣ ପାଇଁ ଫାର୍ମାସୀ ଅଫିସର ଙ୍କ ପାଇଁ ଭଲ କୋଠରୀ ଟେ ନାହିଁ। ଲାବୋଟରୀ ଗୃହ କଥା ନକହିବା ଭଲ। ୩୦ ବର୍ଗ ବିଶିଷ୍ଟ ଏକ କୋଠରୀରେ ଲାବୋଟାରି କରାଯାଇଥିବାରୁ ଆନୁସାଙ୍ଗିକ ସାମଗ୍ରୀ ଗୁଡିକ ରଖିବା ପାଇଁ ଜାଗା ଅଣ୍ଟୁନି। ରୋଗୀ କୁ ବସେଇ ରକ୍ତ ସଂଗ୍ରହ କରିବାରେ ବହୁ ଅସୁବିଧା ହେଉଛି। ଅନ୍ୟ ପକ୍ଷରେ ପାଣି ଗଳି ସନ୍ତସନ୍ତିଆ ହେଇଛି। ଏଭଳି ସ୍ଥିତିରେ ରୋଗୀର ନମୁନା ପରୀକ୍ଷା କରିବା ସମସ୍ୟା ଉପୁଜିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଅତି କମରେ ୬ ଟି ବେଡ ରହିବା କଥା କନ୍ତୁ କୋଠରୀ ଅସୁବିଧା ଯୋଗୁଁ ମାତ୍ର ୪ ଟି ବେଡ ପଡ଼ି ପାରୁଛି। ଅନ୍ୟ ପଟେ ଶୌଚାଳୟ ଓ ପାଇଖାନା ଅବସ୍ଥା ଅତି ଖରାପ। ନାଳି ଗୁଡାକ ପୁରା ଜାମ ହୋଇ ରହିଥିବା ରୁ ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ। ରୋଗୀ ମାନେ ବଡ କଷ୍ଟରେ ରହିଥାନ୍ତି। ଡାକ୍ତରଖାନା ଟି ୬୫ ବର୍ଷରୁ ଅଧିକ ହୋଇ ଯାଇଥିବା ସତ୍ବେ ଅଦ୍ୟାବଧି ବାଉଣ୍ଡ୍ରୀ ଚାରିପଟେ ଦିଆଯାଇ ପାରିନାହିଁ। ଯଦ୍ୱାରା ଅସାମାଜିକ ତତ୍ୱଙ୍କ ଯାତାୟାତ ଅକ୍ଲେଶରେ ହୋଇ ପାରୁଛି। ଡାକ୍ତରଖାନା ପରିସରରେ ରହୁଥିବା ସ୍ବାସ୍ଥ୍ୟ କର୍ମୀ ମାନେ ନିଜ କୁ ଏବଂ ନିଜ ପରିବାର ବର୍ଗଙ୍କୁ ସୁରକ୍ଷିତ ମଣୁ ନାହାନ୍ତି। ଏସବୁ ଆଦି ସମସ୍ୟା ଜାଣିବା ପରେ ଜିଲ୍ଲାପାଳ ପୁରୁଣା କୋଠା ଉପରେ ଟିଣ ଛାତ, ଔଷଧ ବିତରଣ ପାଇଁ ଏକ ସ୍ବତନ୍ତ୍ର ଗୃହ, ଲାବୋରେଟରୀ ପାଇଁ ଉତ୍ତମ ସ୍ଥାନରେ କୋଠରୀ, ଗୋଟିଏ କୋଠରୀରେ ୬ ଗୋଟି ବେଡ ରହି ପାରିବ ସେଭଳି କୋଠରୀ କୁ ଉନ୍ନତିକରଣ, ଡାକ୍ତରଖାନା ପରିସର କୁ ସର ଜମିନ ତଦନ୍ତ କରାଯାଇ ବାଉଣ୍ଡରୀ ନିର୍ମାଣ କରିବା, ପରିସର ରେ ଉଦ୍ୟାନ କରି ଆଲୋକ ମାଳା ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଶୀଘ୍ର କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ କରିଥଲେ। ପରିଦର୍ଶନ ବେଳେ ଉପଜିଲ୍ଲାପାଳ ସି. ସର୍ରଭନାନ, ସିଡିଏମଓ ପ୍ରଦୀପ କୁମାର ହୋତା, ସିଡ଼ିଓ ପ୍ରସନ୍ନ ପାତ୍ର, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆଡମିନିଷ୍ଟଟିଭ ଅଫିସର ନୀଳାମ୍ବର ମହାନନ୍ଦ, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଭୀଣା ବିଲୁଂ, ଫାଶିମମାଲ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡଣ୍ଟ ଡ.ହରିଶ୍ଚନ୍ଦ୍ର ବାଘ, ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡ. ସୁରଜ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande